FeaturedLatestNews

ଆଇଏଏସ ସ୍ତରରେ ଅଦଳ ବଦଳ: ବଦଳିଲେ ବାଲେଶ୍ବର ଜିଲ୍ଲାପାଳ

ଭୁବନେଶ୍ବର (ସଂକେତ ଟିଭି) ଆଜି ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧିଙ୍କ ମୟୁରଭଞ୍ଜ ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି । ସେହିଭଳି ମୟୁରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବରେ ବଦଳି ହୋଇଛି । ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମୁନିସିପାଲ କମିଶନର ଭାବରେ ବଦଳି କରାଯାଇଛି । ସେହିପରି କଟକ ମୁନିସିପାଲ କମିଶନର ସିଦ୍ଧାର୍ଥ ଶେଖର ସ୍ବାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।