ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଥାଙ୍କ ଗଡ୍‌’ର ବ୍ୟାନ୍‌ ଦାବି କଲା ହିନ୍ଦୁ ସଂଗଠନ

ମୁମ୍ବାଇ : (ସଂକେତ୍ ଟିଭି) ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଙ୍କ ଗଡ୍‌’ର ଟ୍ରେଲର ସାମ୍ନାକୁ ଆସିବା ପରଠୁ ଏହାକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି। ପ୍ରଥମେ ଫିଲ୍ମ ସମ୍ପର୍କରେ ସୋସିଆଲ ମିଡିଆରେ ବଏକଟ୍ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା।

ଉତ୍ତରପ୍ରଦେଶରେ ଫିଲ୍ମର କାଷ୍ଟ ଏବଂ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଛି। ବର୍ତ୍ତମାନ ସର୍ବଶେଷ ସୂଚନା ହେଉଛି କି କର୍ଣ୍ଣାଟକର ହିନ୍ଦୁ ଜନଜାଗ୍ରୁତି ସମିତି ଟ୍ରେଲରକୁ ବିରୋଧ କରିଛି। ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ମୃତ୍ୟୁ ପରେ ସମସ୍ତଙ୍କର ପାପ ଏବଂ ଗୁଣର ହିସାବ ରଖିଛନ୍ତି।

ହିନ୍ଦୁ ଜନଜାଗ୍ରୁତି ସମିତି ମୁଖପାତ୍ର ମୋହନ ଗୋଡା କହିଛନ୍ତି, “ଟ୍ରେଲରରେ ଅଭିନେତାମାନେ ହିନ୍ଦୁ ଦେବତାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଚିତ୍ରଗୁପ୍ତ ଏବଂ ହିନ୍ଦୁ ଧର୍ମର ପ୍ରଭୁ ୟମଙ୍କ ଉପହାସକୁ ଆମେ କଦାପି ବରଦାସ୍ତ କରିବୁ ନାହିଁ। ଏହି ଟ୍ରେଲର ରିଲିଜ୍ ହେବା ପର୍ଯ୍ୟନ୍ତ ସେନ୍ସର ବୋର୍ଡ ଶୋଇଥିଲା କି?

ସେ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ। କାରଣ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଛି। ସେମାନେ ରାସ୍ତାରେ ବିରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଏହା ବ୍ୟତୀତ ହିନ୍ଦୁ ଜନଜାଗ୍ରୃତିର ଜାତୀୟ ମୁଖପାତ୍ର ରମେଶ ସିନ୍ଦେ କହିଛନ୍ତି, “ବଲିଉଡ ସବୁବେଳେ ହିନ୍ଦୁ ଧର୍ମ ବିରୋଧରେ କାମ କରୁଥିବା ଜଣାପଡିଛି। ପି.କେ ପରି ଚଳଚ୍ଚିତ୍ର ହେଉ କିମ୍ବା ଆଗାମୀ ଥାଙ୍କ ଗଡ୍‌ ପରି ଚଳଚ୍ଚିତ୍ର ହେଉ । ସବୁ ସ୍ଥାନରେ ହିନ୍ଦୁ ଦେବା ଦେବୀମାନଙ୍କୁ ହାସ୍ୟାସ୍ପଦ ରୂପେ ଚିତ୍ରିତ କରାଯାଉଛି । ଏଥିପାଇଁ ଆମେ ଏହି ଫିଲ୍ମ ରିଲିଜକୁ ବିରୋଧ କରୁଛୁ।