EntertainmentLatest

ଅର୍ଜୁନ କପୁରଙ୍କ ସହିତ ବାହା ହେବା ପାଇଁ ହଁ କହିଲେ ମଲାଇକା !

ମୁମ୍ବାଇ: (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ଏକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ, ଆଇ ସେଡ୍ ୟେସ୍ ‘ ଏବଂ ଏହାସହ ଏକ ରିଙ୍ଗର ଫଟୋ ମଧ୍ୟ ରହିଛି । ତେବେ,ଆପଣମାନେ ଏଥିରୁ ଅନୁମାନ କରିପାରୁ ଥିବେ ଯେ, ମଲାଇକା ଏହି ପୋଷ୍ଟଟି କାହା ଉଦ୍ଦେଶ୍ୟରେ କରିଛନ୍ତି । ଏହି ପୋଷ୍ଟରେ ଫ୍ୟାନ୍ସଙ୍କ କାଫି କମେଣ୍ଚ ମଧ୍ୟ ଆସିଛି । ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ବିବାହ ନେଇ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ମଲାଇକା ଆରୋରା ଇନଷ୍ଟାରେ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଏକ ବ୍ଲାକ କର୍ଲର ପୋଷାକ ପିନ୍ଧିଛନ୍ତି । ଅଭିନେତ୍ରୀଙ୍କ କ୍ୟାପସନ୍ ଦେଖିବା ପରେ ଅର୍ଜୁନ କପୁରଙ୍କ ସହ ତାଙ୍କର ବିବାହ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ମଲାଇକାଙ୍କ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ବଲିଉଡ୍ ସେଲିବ୍ରେଟି ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶମିତା ଶେଟ୍ଟୀ, ମହି ବିଜୟ, କରଣ ଟାକର ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରେଟ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି । ଏବଂ ମଲାଇକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଶଂସକମାନେ ମଧ୍ୟ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି କି ନାହିଁ ପଚରାଯିବା ସହ ଅଭିନନ୍ଦନ ଜଣାଇଛନ୍ତି।