EntertainmentFeaturedLatest

‘ପୁଷ୍ପା: ଦ ରୁଲ’ରେ ସାଇ ପଲ୍ଲବୀ

ମୁମ୍ବାଇ : (ସଂକେତ୍ ଟିଭି) ୨୦୨୧ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ବକ୍ସ ଅଫିସରେ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗିଥିଲା । ଫିଲ୍ମର କାହାଣୀ ସହିତ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ମଧ୍ୟ ପସନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ‘ପୁଷ୍ପା: ଦ ରୁଲ’ରେ ଆଉ ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ।

ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ‘ପୁଷ୍ପା: ଦ ରୁଲ’ରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଆଣିବା ପାଇଁ ଆଲୋଚନା କରୁଛନ୍ତି । ‘ପୁଷ୍ପା: ଦ ରାଇଜ୍‌’ର ସଫଳତା ପରେ ରଶ୍ମିକା ମନ୍ଦନା ଜଣେ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ହୋଇଥିବାବେଳେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ଚଳଚ୍ଚିତ୍ରରେ ସେ ଶ୍ରୀବଲି ଚରିତ୍ରରେ ଅଭିନୟ କରିଥିଲେ, ଯାହାଙ୍କୁ ପୁଷ୍ପା ଓରଫ ଅଲୁ ଅର୍ଜୁନ ନିଜ ମନ ଦେଇବସିଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଭାଗର ସଫଳତା ପରେ ‘ପୁଷ୍ପା: ଦି ରୁଲ’ ନିର୍ମାତା ସାଇ ପଲ୍ଲବୀଙ୍କ ନିକଟକୁ ଯାଇଥିବା ଖବର ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇ ଫିଲ୍ମରେ ରଶ୍ମିକା ମନ୍ଦନାଙ୍କ ସ୍ଥାନ ନେବେ ନାହିଁ । ସାଇ ଫିଲ୍ମରେ ପୁଷ୍ପା ରାଜଙ୍କ ଭଉଣୀ ଭୂମିକାରେ ନଜର ଆସିବେ, ଯେଉଁଥିପାଇଁ ନିର୍ମାତାମାନେ ତାଙ୍କ ପାଖକୁ ଯାଇଥିଲେ । ତେବେ ଏହି ଖବର ଉପରେ କେଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ସତରେ ସାଇଙ୍କୁ ଫିଲ୍ମ ଅଫର ହୋଇଛି କି ନାହିଁ, ସେ ଅଲୁ ଅର୍ଜୁନଙ୍କ ଭଉଣୀ ଭୂମିକା କରିବାକୁ ରାଜି ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।