CrimeLatestNews

ବନ୍ଧୁକ ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ଅଳଙ୍କାର

ବାଲିଆପାଳ (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ଵର-ରାଜଘାଟ ଓଟି ରୋଡ୍‌ରେ ଜଣେ ବ୍ୟବସାୟୀଙ୍କଠାରୁ 2 ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ନଗଦ ଟଙ୍କା ସହ ପାଖାପାଖି 5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ,ମହମ୍ମଦନଗର ପାଟଣା ପଞ୍ଚାୟତ ନୂଆଗାଁ ଗ୍ରାମର ସୁନା ଦେକାନୀ ଚନ୍ଦନ ରଣା ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ | ହେଲେ ଘରଠାରୁ ମାତ୍ର କିଛି ଦୂରରେ ଥିବା ନୂଆଗାଁ ବସ୍‌ଷ୍ଟପ୍ ନିକଟରେ ଏକ ବାଇକ୍‌ରେ 2 ଜଣ ଯୁବକ ପୋଲସର ଆସି ତାଙ୍କୁ ଅଟକାଇଥିଲେ | ପରେ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ବାଇକ୍ ଡିକିରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଇ ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ପଳାଇଥିଲେ। ଏହି ସମୟରେ ଅନ୍ୟଜଣେ ବାଇକ୍ ଆରୋହୀ ଏହି ଦୃବୃତ୍ତମାନଙ୍କୁ ପିଛା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଦୃତଗତିରେ ବସ୍ତା ଆଡ଼କୁ ପଳାଇଥିଲେ।