LatestNewsPolitics

ଆଇସିୟୁରେ ଭୋଗରାଇ ବିଧାୟକ ଅନନ୍ତ ଦାସ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି ଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବିଧାୟକ ଅନନ୍ତ ଦାସଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ପରିବାର ତରଫରୁ କୁହାଯାଇଛି।

୮୩ ବର୍ଷୀୟ ଦାସ ବୟସାଧିକ କାରଣରୁ ସେ ବାରମ୍ବାର ଅସୁସ୍ଥତା ଅନୁଭବ କରୁଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ଗତ ୨୦୧୯ ନିର୍ବାଚନରେ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବିଜୟୀ ହୋଇଥିଲେ। ବିଜେଡିର ସେ ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ।