FeaturedGeneralLatest

ଇଣ୍ଡିଆ ମେଣ୍ଟକୁ ଝଟ୍‌କା: ଜାମ୍ମୁ-କାଶ୍ମୀରରେ ଏକା ଲଢିବ ନ୍ୟାସ୍‌ନାଲ କନଫେରନ୍ସ

ଶ୍ରୀନଗର (ସଂକେତ ଟିଭି) : ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’କୁ ପୁଣି ଏକ ବଡ ଝଟକା ଲାଗିଛି । ଜାମ୍ମୁ-କାଶ୍ମୀରରେ ଫାରୁକ ଅବଦୁଲ୍ଲାଙ୍କ ଫାର୍ଟି ନ୍ୟାସ୍‌ନାଲ କନଫେରନ୍ସ(ଏନ୍‌ସି) ମଧ୍ୟ ଏକା ଲଢ଼ିବାକୁ ଘୋଷଣା କରିଛି। ଏହାପୂର୍ବରୁ ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବରେ ଆଞ୍ଚଳିକ ସହଯୋଗୀ ଦଳ ମେଣ୍ଟ ହାତ ଛାଡ଼ି ଦେଇଥିଲେ।

ଗୁରୁବାର ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ଏହି ଘୋଷଣା କରି କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଏନ୍‌ସି ଦଳ ନିଜ ଦମ୍‌ରେ ଏକା ନିର୍ବାଚନ ଲଢ଼ିବ। କୌଣସି ମେଣ୍ଟରେ ଯୋଗ ଦେବ ନାହିଁ। ତେବେ ଭବିଷ୍ୟତରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମି୍ଲ ହେବାର ସମ୍ଭାବନାକୁ ମଧ୍ୟ ସେ ଏଡ଼ାଇ ଦେଇ ନାହାନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାର ଦେଇ ଏନ୍‌ଡିଏରେ ସାମିଲ୍ ନେଇ ଫାରୁକ କହିଛନ୍ତି ଯେ ଅଟଳବିହାରୀଙ୍କ ସମୟରେ ନ୍ୟାସ୍‌ନାଲ କନଫରେନ୍ସ ଏନ୍‌ଡିଏରେ ସାମିଲ୍ ଥିଲା। ଫାରୁକଙ୍କର ଏଭଳି ବୟାନ୍‌ରେ ସେ ଏନ୍‌ଡିଏକୁ ଫେରିବାର ସଂକେତ ଜଣାପଡ଼ୁଛି।

ଫାରୁକ କହିଛନ୍ତି “ଯେଉଁ ଆସନ ବୁଝାମଣା କଥା ଉଠୁଛି, ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ନ୍ୟାସ୍‌ନାଲ କନଫରେନ୍ସ ନିଜ ଦମ୍‌ରେ ନିର୍ବାଚନ ଲଢ଼ିବ। ଏଥିରେ ଦ୍ୱିମତ ନାହିଁ। ତେଣୁ ଏନେଇ ଆଉ ପ୍ରଶ୍ନ ଉଠିବା କଥା ନୁହେଁ।”

ସୂଚନା ଅନୁସାରେ, ଫାରୁକ ଅବଦୁଲ୍ଲା ମିଳିତ ମହାମେଣ୍ଟର ଇଣ୍ଡିଆର ଦୃଢ଼ ସମର୍ଥକ ଥିଲେ। ସେ ମେଣ୍ଟର ସମସ୍ତ ବୈଠକରେ ସାମିଲ୍ ହୋଇ ବିଜେପି ଓ ଏନ୍‌ଡିଏର କଡ଼ା ବିରୋଧ କରିଥିଲେ। ହେଲେ ହଠାତ୍ ଏମିତି ବଦଳିଯାଇ ଏକ ଲଢ଼ିବା ନିଷ୍ପତ୍ତି କାହିଁକି ନେଇ ସେ ନେଇ ଫାରୁକ ଖୁଲାସା କରି ନାହାନ୍ତି। ଫାରୁକ କହିଛନ୍ତି ମେଣ୍ଟକୁ ନେଇ ଆଉ କୌଣସି ପ୍ରଶ୍ନ ଉଠିବା କଥା ନୁହେଁ।

ଜାମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନ୍‌ରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଫାରକୁ ଅବଦୁଲ୍ଲାଙ୍କୁ ସମନ କରିଥିଲା। କ୍ରିକେଟ୍ ଆସୋସିଏସନ୍‌ରୁ ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଓ ଆସୋସିଏସନ୍‌ରୁ ବିନା କାରଣରେ ଟଙ୍କା ଉଠାଇବା ଭଳ ଦୁର୍ନୀତି ମାମଲାରେ ଇଡି ଫାରୁକଙ୍କୁ ସମନ କରି ହାଜର ହେବାକୁ କହିଥିଲା। ହେଲେ ଅବଦୁଲ୍ଲା ସମନ୍‌କୁ ଅଣଦେଖା କରିବା ସହ ସେ ସହର ବାହାରେ ଅଛନ୍ତି ବୋଲି ଇଡିକୁ ମେଲ୍ କରିଥିଲେ।