LatestNews

ପୁରୀ ବିମାନବନ୍ଦର ପ୍ରକଳ୍ପ ପାଇଁ ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ

ଭୁବନେଶ୍ବର (ସଂକେତ ଟିଭି) ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ ମଧ୍ଯରେ ପିପିପି ମୋଡରେ ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ। ଏହି ବିମାନବନ୍ଦର ୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି ।