EducationFeaturedLatestNews

ଫକୀର ମୋହନ ଜୁନିଅର କଲେଜରେ ଖାଲି ପଡିଥିବା ଶିକ୍ଷକ, କର୍ମଚାରୀ ପଦବି ପୁରଣ ପାଇଁ ଦାବି

ବାଲେଶ୍ୱର (ସଂକେତ ଟିଭି):ଆଜି ପୁର୍ଵାହ୍ନରେ ଅଖିଳ ଭାରତ ଛାତ୍ର ସଂଘ (ଏ.ଆଇ.ଏସ୍.ଏଫ୍.) ଫକୀର ମୋହନ କନିଷ୍ଠ ମହାଵିଦ୍ଯାଳ ଶାଖା କମିଟି ପକ୍ଷରୁ ଛାତ୍ର ଛାତ୍ରୀମାନେ ଫକୀର ମୋହନ କନିଷ୍ଠ ମହାଵିଦ୍ଯାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରାଣାଙ୍କୁ ଅଧ୍ଯକ୍ଷଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ୪ଦଫା ସମ୍ବଳିତ ଦାଵି ପତ୍ର ଉପସ୍ଥାପନ କରିଛନ୍ତି।

ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କନିଷ୍ଠ ମହାଵିଦ୍ଯାଳୟରେ ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ପଦବୀରେ ସ୍ଥାୟୀ ନିଯୁକ୍ତ ପ୍ରଦାନ, ଖାଲି ପଡିଥିଵା ପ୍ରାଣୀ ଵିଜ୍ଞାନ ବିଭାଗରେ ୨ଜଣ, ଜୀଵ ଵିଜ୍ଞାନ ବିଭାଗରେ ୨ଜଣ,ପଦାର୍ଥ ଵିଜ୍ଞାନ ବିଭାଗରେ ଜଣେ, ରସାୟନ ଵିଜ୍ଞାନ ବିଭାଗରେ ଜଣେ, ଗଣିତ ବିଭାଗରେ ଜଣେ,ତର୍କ ଶାସ୍ତ୍ର ଵିଭାଗରେ ଜଣେ ଅଧ୍ୟାପକଙ୍କ ପଦଵି ସହ ଖାଲି ପଡିଥିଵା ଆଵଶ୍ଯକୀୟ ଲାଇଵ୍ରେରିଆନ, ଵିଜ୍ଞାନାଗାର ସହାୟକ, ଡେମୋନଷ୍ଟ୍ରେଟର ଓ ପିଅନ ପଦଵିରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଵାକୁ ଦାଵି କରାଯାଇଛି। ସେହିଭଳି ମହାଵିଦ୍ଯାଳୟର ଭିତ୍ତିଭୂମି କ୍ଷେତ୍ରରେ ଆଵଶ୍ଯକୀୟ ଶ୍ରେଣୀ ଗୃହ, ଵିଜ୍ଞାନାଗାର, ଇଣ୍ଡୋର ଗେମ୍ସ ଗୃହ, ଖେଳ ପଡିଆ ଇତ୍ୟାଦି ଯୋଗାଇ ଦେଵାକୁ ଦାଵି ହୋଇଅଛି।

ମହାଵିଦ୍ଯାଳୟ ପରିସରରେ ଉତ୍ତମ ଶୈକ୍ଷିକ ବାତାବରଣ, କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଵା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ତମ କ୍ରୀଡା ତାଲିମ ସହ ଅଭ୍ୟାସ ପାଇଁ ଉତ୍ତମ ଖେଳ ପଡିଆ ଵ୍ଯଵସ୍ଥା କରାଯାଉ। ଫକୀରମୋହନ ମହାଵିଦ୍ଯାଳୟ ପ୍ରାଙ୍ଗଣରେ ଯଥେଷ୍ଟ ସ୍ଥାନ ନଥିବାରୁ ଛାତ୍ର ଛାତ୍ରୀମାନେ ପରମିଟ୍ ପଡିଆ ଷ୍ଟାଡିୟମରେ ଅଭ୍ୟାସ କରନ୍ତି, ମାତ୍ର ପରମିଟ ପଡ଼ିଆରେ ନିର୍ଦ୍ଦିଷ୍ଟ କୋଚଙ୍କ ଅଧିନରେ ପଞ୍ଜିକୃତ ହୋଇନଥିଲେ ଖେଳ ଅଭ୍ୟାସ ପାଇଁ ଫକୀର ମୋହନ କନିଷ୍ଠ ମହାଵିଦ୍ଯାଳୟ ଛାତ୍ରଛାତ୍ରୀ କେବଳ ଅଭ୍ଯାସରୁ ନୁହେଁ ପରନ୍ତୁ କୌଣସି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣର ସୁଯୋଗ ଦିଆଯାଉ ନାହିଁ।ଏହି ଘଟଣାରେ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ସମାଧାନ କରିଵାକୁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି।

ଏହି ଆନ୍ଦୋଳନରେ ଏଆଇଏସ୍ଏଫ୍ ର ବ୍ରାଞ୍ଚ ସମ୍ପାଦକ ସଞ୍ଜୟ କୁମାର ବେହେରା, ସହ ସମ୍ପାଦକ ଆଦିତ୍ୟ କୁମାର ମାଝୀ, ଅଭିଜିତ ପ୍ରଧାନ, ସତ୍ଯ ପ୍ରକାଶ ପାତ୍ର, ରାମ ଶଙ୍କର ସିଂହ, ସଞ୍ଜୟ ବେହେରା, ଚନ୍ଦନ ପରିଡା, ଜିତୁ ସିଂହ, ଶୁଭଙ୍କର ପ୍ରମୁଖ ଏହି ଦାଵିପତ୍ର ଉପସ୍ଥାପନ କରିଥିଲେ। ଏହି ଦାବିପତ୍ର ନେଇ ଶାଖା ସଭାପତି ସର୍ବେଶ୍ଵର ଵିନ୍ଧାଣି, ଜ୍ୟୋତ୍ସ୍ନା ରାଣୀ ମହାରଣା, ଆସ୍ମିନ ଖିତୁନ, ରାଜଲକ୍ଷ୍ମୀ ମାଇତି, ସତ୍ଯ ପ୍ରକାଶ ପାତ୍ର, ରାଧା କୃଷ୍ଣ ପଟ୍ଟନାୟକ, ପ୍ରତି ଲତା ପ୍ରଧାନ, ସାଇରାମ ପରିଡା, ନିର୍ମଳ ପ୍ରଧାନ, ଆଶିଷ ବେହେରା, ପୁଜା ରାଣୀ ଜେନା, ଜ୍ୟୋତି ପ୍ରଭା ସାହୁ, ଦୀପସା ଵାରିକ, ଜସ୍ମିନ ବେହେରା, ରଶ୍ମିତା ଦାସ, ଉଷା ରାଣୀ ସିଂ , ଵଜେନ ମାଝୀ, ରାହୁଳ ସାମନ୍ତ ଓ ଆଶୁତୋଷ ଜେନା ପ୍ରମୁଖ ଏହି ସମସ୍ଯା ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କୁ ସଂଗଠିତ କରିଥିଲେ ।