LatestNewsPolitics

ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ, ବାଲେଶ୍ବରରୁ ଲେଖାଶ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଚତୁର୍ଥ ତାଲିକା ଘୋଷଣା କରିଛି । ଏଥିରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ବର ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି ।

ସେହିପରି ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରଭୁ ଜାନି , ପାରାଦୀପ: ଗୀତାଞ୍ଜଳି ରାଉତରାୟ, ସମ୍ବଲପୁର: ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲ ରୋହିତ ପୂଜାରୀ , ତେଲକୋଇ ମାଧବ ସର୍ଦ୍ଦାର, ତାଲଚେର ବ୍ରଜ ପ୍ରଧାନ ଏବଂ ନର୍ଲା ଆସନରେ ମନୋରମା ପ୍ରଧାନ, ବାଲିଗୁଡା ଆସନରେ ଚକ୍ରମନି କାହଁର ଏବଂ ଭୁବନେଶ୍ବର ସେଣ୍ଟ୍ରାଲରେ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି ।