CrimeLatestNews

୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର

ନୂଆପଡ଼ା(ସଂକେତ ଟିଭି): ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଏହା ପରେ ଭିଜିଲାନ୍ସ ତାଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

ସୂଚନା ଅନୁସାରେ, ଜବରଦଖଲ ମାମଲାରେ ଜୋରିମାନା କମ୍ କରିବାକୁ ଓ ଜମି ପଟ୍ଟା ଜାରି କରିବାରେ ସହାୟତା କରିବାକୁ ଅଭିଯୋଗକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ଲାଞ୍ଚ ମାଗିଥିଲେ। ଆଜି ଅକ୍ଷୟ କୁମାର ନାଏକ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।