Latest

କେଉଁ ବ୍ୟାଙ୍କ ସବୁଠାରୁ ସୁରକ୍ଷିତ ; ରିଜର୍ଭ ବ୍ୟାଙ୍କ ଜାରି କଲା ତାଲିକା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ସୁରକ୍ଷିତ ବ୍ୟାଙ୍କ ତାଲିକା ଜାରି କରିଛି । ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବା ଏହି ବ୍ୟାଙ୍କରେ କ୍ଷତି ହେଲେ ପୂରା ଦେଶବାସୀଙ୍କୁ ଏହା ଭୋଗିବାକୁ ପଡ଼ିବ ।

ଆରବିଆଇ ଡୋମେଷ୍ଟିକ୍ ସିଷ୍ଟମିକାଲି ଇମ୍ପୋଟାର୍ଣ୍ଟ ବ୍ୟାଙ୍କ ୨୦୨୨ ଲିଷ୍ଟ ଜାରି କରିଛି । ଯେଉଁଥିରେ ସରକାରୀ ଓ ବେସରକାରୀ ବ୍ୟାଙ୍କର ନାଁ ରହିଛି । ୨୦୨୨ ତାଲିକାରେ ପୂର୍ବ ବର୍ଷ ସାମିଲ ଥିବା ବ୍ୟାଙ୍କମାନଙ୍କ ନାଁ ମଧ୍ୟ ରହିଛି ।

ରିଜର୍ଭ ବ୍ୟାଙ୍କ ୨୦୨୨ ରିପୋର୍ଟରେ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ବ୍ୟତୀତ ଘରୋଇ ତଥା HDFC, ICICI ବ୍ୟାଙ୍କ ନାଁ ସାମିଲ ରହିଛି । ଡୋମେଷ୍ଟିକ୍ ସିଷ୍ଟମିକାଲି ଇମ୍ପୋଟାର୍ଣ୍ଟ ତାଲିକାରେ ସେହି ବ୍ୟାଙ୍କ ଗୁଡ଼ିକର ନାଁ ସାମିଲ ଥାଏ, ଯେଉଁ ବ୍ୟାଙ୍କ୍ ଫେଲ୍ ହେଲେ କି ବୁଡ଼ିଗଲେ ପୂରା ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ । ତେଣୁ ଏହି ବ୍ୟାଙ୍କମାନଙ୍କ ଉପରେ ଆରବିଆଇର ବିଶେଷ ନଜର ରହିଥାଏ ।

ରିଜର୍ଭ ବ୍ୟାଙ୍କ ଏମାନଙ୍କ ପାଇଁ କଡ଼ା ନିୟମ ଜାରି କରିଛି । ଏହି ବ୍ୟାଙ୍କ ଉପରେ ରିକ୍ସ୍ ଓ୍ବେଟେଡ୍ ଆସେଟର କିଛି ଅଂଶ ଟିୟର-1 ଇକ୍ୟୁଟି ଭାବେ ରହିଥାଏ । ଆରବିଆଇ ରିପୋର୍ଟ ଅନୁଯାୟୀ, ରିକ୍ସ୍ ଓ୍ବେଟେଡ୍ ଆସେଟର ୦.୬୦ ପ୍ରତିଶତ ଅଂଶ ଟିୟର-୧ ଇକ୍ୟୁଟିରେ ରଖିବା ଜରୁରୀ । ଏଥିରେ HDFC, ICICI ବ୍ୟାଙ୍କର ୦.୨୦ ପ୍ରତିଶତ ଅଂଶ ରହିଛି ।