Latest

ବ୍ୟାନ ହେଲା ୨୩୨ ବେନାମୀ ମୋବାଇଲ୍ ଆପ୍, ଚୀନ୍ ଲିଙ୍କ୍ ଥିବା ସୂଚନା

ନୂଆଦିଲ୍ଲୀ: (ସଂକେତ୍ ଟିଭି): ଭାରତ ସରକାର ୨୩୨ ବେନାମୀ ମୋବାଇଲ୍ ଆପ୍ଲିକେସନ୍ କୁ ବ୍ୟାନ୍‌ କରିଛନ୍ତି । ଏଥିରେ ୧୩୮ଟି ବେଟିଂ ଏବଂ ୯୪ଟି ଋଣ କାରବାର ଆପ୍ଲିକେସନ ରହିଥିବା ଜଣାପଡ଼ିଛି । ଏହି ଆପ୍ ଗୁ଼ଡ଼ିକ ସହିତ ଚୀନ୍‌ର କନେକସ୍‌ନ ଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନା ଅନୁଯାୟୀ, ଗୃହ ମନ୍ତ୍ରାଳୟ ଏହି ୨୩୨ ଆପ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ଲକ୍ କରିବାକୁ ଅର୍ଥନୈତିକ ଓ ସୂଚାନ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇଟି ଆକ୍ଟ ୬୯ ଆଧାରରେ ସମସ୍ତ ଆପ୍ଲିକେସନକୁ ବ୍ୟାନ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ଏହି ଆପ୍ ଗୁଡ଼ିକ ବିପଦ ବଢ଼ାଉଥିଲେ ।

ଏହି ଆପ୍ଲିକେସନ ଗୁଡ଼ିକ ସ୍ମାର୍ଟଫୋନରେ ଡାଉନଲୋଡ୍ ପାଇଁ ପ୍ଲେ-ଷ୍ଟୋର ଉପଲବ୍ଧ ନଥିଲେ ମଧ୍ୟ ଥାର୍ଡ ପାର୍ଟି ଲିଙ୍କ୍ ମାଧ୍ୟମରେ ଡାଉନଲୋଡ୍ କରି ହେଉଛି । କୌଣସି ସୋସିଆଲ୍ ମିଡିଆ ସାଇଟ୍‌ରେ ମଧ୍ୟ ଗେମ୍ ଖେଳି ହେଉଛି । ଏହାରି ମାଧ୍ୟମରେ କ୍ରିପ୍ଟୋକରେନ୍ସିରେ ପେମେଣ୍ଟ କରି ହେଉଥିଲା ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ଅଧିକାଂଶ ରାଜ୍ୟରେ ବେଟିଂ ଓ ଗ୍ୟାମଲିଂ ବେଆଇନ ଘୋଷଣା କରାଯାଉଛି । ଏଗୁଡ଼ିର ବିଜ୍ଞାପନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଓଡ଼ିଶା, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟକୁ ଏହି ଆପ୍ଲିକେସନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ଗୁଇନ୍ଦା ଏଜେନ୍ସି କହିଥିଲା ।