FeaturedLatestSports

ବିବାହ କରିବେ ସାର୍ଦ୍ଦୁଲ ଠାକୁର

ମୁମ୍ବାଇ : (ସଂକେତ ଟିଭି) କ୍ରିକେଟର୍‌ ସାର୍ଦୁଲ ଠାକୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଖବର ରହିଛି ଯେ ଆଗାମୀ ଭବିଷ୍ୟତରେ ବିବାହ କରିବାର ଯୋଜନା କରିଛନ୍ତି ସାର୍ଦୁଲ । ତେବେ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ ଯେ ଏହି ଯୁବ କ୍ରିକେଟରଙ୍କ ଭାବି ପତ୍ନୀ କିଏ? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାର୍ଦୁଲଙ୍କ ଭାବି ପତ୍ନୀଙ୍କ ନାମ ମିତାଲୀ ପାରୁଲକର ।

ଆପଣ ଜାଣନ୍ତି ଯେ ଟିମ୍‌ ଇଣ୍ଡିଆରେ ଆଜିକାଲି ବିବାହ ଋତୁ ଚାଲୁଛି । ରାହୁଲ ଓ ଅକ୍ଷରଙ୍କ ପରେ ଏବେ ସାର୍ଦୁଲ ବି ବିବାହ କରିବାକୁ ଯାଉଛନ୍ତି । ସେ ଆଗାମୀ ୨୭ ତାରିଖରେ ତାଙ୍କ ମଙ୍ଗେତର ମିତାଲୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିତାଲି ହେଉଛନ୍ତି ବୃତ୍ତିରେ ଜଣେ ବ୍ୟବସାୟୀ । ସେ “ଅଲ୍ ଦ ବେଷ୍ଟ ନାମରେ ଏକ ଷ୍ଟାର୍ଟଅପ୍ କମ୍ପାନି ଚଳାଉଛନ୍ତି । ସେମାନେ ଦୀର୍ଘ ବର୍ଷ ହେବ ପରସ୍ପରକୁ ଡେଟ୍ କରିବା ପରେ ଏବେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ
ବିବାହରେ ପ୍ରାୟ ୨୦୦ ଅତିଥି ସାମିଲ ହେବେ ବୋଲି ସୂଚନା ରହିଛି ।

ସାର୍ଦ୍ଦୁଲ-ମିତାଲି ୨୦୨୧ ନଭେମ୍ବର ମାସରେ ର୍ନିବନ୍ଧ କରିଥିଲେ । ର୍ନିବନ୍ଧ ସମାରୋହରେ କ୍ରିକେଟର୍‌ ରୋହିତ ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା । ସାର୍ଦ୍ଦୁଲ୍ ସ୍ମାର୍ଟ ଓ ହ୍ୟାଣ୍ଡସମ୍ ହୋଇଥିବା ବେଳେ ମିତାଲି ସେନ୍ଦର୍ଯ୍ୟରେ କୌଣସି ମଡେଲ୍କୁ ବି ପଛରେ ପକାଇ ପାରନ୍ତି । ହେଲେ ସେ ଅନ୍ୟ ସମସ୍ତ ସେଲିବ୍ରିଟି ପତ୍ନୀଙ୍କ ପରି ସୋସିଆଲ୍ ମିଡିଆରେ ଏତେ ସକ୍ରିୟ ନୁହନ୍ତି ।