EntertainmentLatest

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା ଅଲି ଖାନ୍‌

ମୁମ୍ବାଇ : (ସଂକେତ ଟିଭି) ହିନ୍ଦୀ ସିନେମାର ଜଣାଶୁଣା ସୁରଷ୍ଟାର ସୈଫ ଅଲି ଖାନ୍‌ଙ୍କ ଝିଅ ସାରା ଅଲି ଖାନ୍ । ବର୍ତ୍ତମାନ ସାରାଙ୍କ କୌଣସି ପରିଚୟର ଆବଶ୍ୟକ ନାହିଁ । ହେଲେ ସାରା ଏମିତି ଜଣେ ଅଭିନେତ୍ରୀ । ଯିଏ ସବୁ କିଛି ଖୋଲାଖୋଲି ଭାବେ କହିଦିଅନ୍ତି । ନିକଟରେ ସାରା ୨୦୨୦ ବର୍ଷ ବିଷୟରେ କିଛି ଖୁଲାସା କରିଛନ୍ତି । ସାରା ଅଲି ଖାନ ନିକଟରେ ରଣବୀର ଆଲ୍ଲାହାବାଡିଆଙ୍କ ପୋଡକାଷ୍ଟରେ ୨୦୨୦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଅତ୍ୟନ୍ତ ଅମଙ୍ଗଳ ଥିଲା ।

ଏହି ସୋ’ ସମୟରେ ସାରା କହିଛନ୍ତି ଯେ – ୨୦୨୦ ବର୍ଷ ତାଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଅଟେ । ସେହି ବର୍ଷ ମୋର ବ୍ରେକଅପ୍ ସହିତ ଆରମ୍ଭ ହୋଇଥିଲା । ଯାହା ମୋତେ ଭାଙ୍ଗି ଦେଇଥିଲା । ଫିଲ୍ମ ନ ଚାଲିବା ସହ ଫ୍ଲଫ୍ ହୋଇଥିଲା । ଏହି ବର୍ଷର ଅଧିକାଂଶ ସମୟ ଇଣ୍ଟରନେଟରେ ଅତିବାହିତ ହୋଇଥିଲା, ଲଭ୍‌ ଆଜ୍ କଲରେ ମୋର ଖରାପ ପ୍ରଦର୍ଶନ ହେତୁ ମୋତେ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡିଲା । ଇଣ୍ଟରନେଟରୁ ମଧ୍ୟ କଷ୍ଟ ପାଇଲି ।

କହିବାକୁ ଗଲେ ସାରାଙ୍କ ନାମ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଜଡିତ ଅଛି । ଏଭଳି ପରିସ୍ଥିତିରେ ସାରାଙ୍କ ବିବୃତ୍ତି ପରେ ଅନୁମାନ କରାଯାଉଛି ଯେ ୨୦୨୦ରେ କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ହୋଇଥିଲା । କେବଳ ଏତିକି ନୁହେଁ, ୨୦୨୦ ମସିହାରେ ସାରାଙ୍କ ଦୁଇଟି ଚଳଚ୍ଚିତ୍ର ‘ଲଭ୍ ଆଜ୍ କଲ୍‌’ ଏବଂ ‘କୁଲି ନମ୍ବର-୧’ ମଧ୍ୟ ଖରାପ ଫଲ ହୋଇଥିଲା ।