FeaturedLatestSports

ଆଇପିଏଲ୍ ଅଧାରୁ ବିଦାୟ ନେଇପାରନ୍ତି ରୋହିତ-ବିରାଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଇପିଏଲ-୨୦୨୩ ଚାଲୁ ରହିଥିବା ବେଳେ ଦୁଇଟି ପ୍ରମୁଖ ଦଳକୁ ଲାଗିପାରେ ଶକ୍ତ ଝଟକା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଜଣ ସୁପରଷ୍ଟାର ଟୁର୍ଣ୍ଣାମେଣ୍ଟ ଅଧାରୁ ବିଦାୟ ନେଇପାରନ୍ତି । ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଏବଂ ବାଙ୍ଗାଲୋରର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ସିଜନ ଅଧାରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇପାରନ୍ତି । ତେବେ ଉଭୟ ଖେଳାଳିଙ୍କର ଏହି ନିଷ୍ପତ୍ତି ପଛରେ ଏକ ବୃହତ ଲକ୍ଷ୍ୟ ରହିଛି । ମୁମ୍ବାଇ ଏବଂ ବାଙ୍ଗାଲୋର ବ୍ୟତୀତ ଚେନ୍ନାଇ ମଧ୍ୟ ଷ୍ଟାର ଖେଳାଳିଙ୍କୁ ହରାଇପାରେ ।

ସୂଚନା ଅନୁସାରେ, ଆସନ୍ତା ଜୁନ ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଦଳର କିଛି ଟେଷ୍ଟ ଖେଳାଳିଙ୍କୁ ନେଇ ଲଣ୍ଡନ ବାହାରିଯିବେ । ତେବେ କିଛି ଖେଳାଳି ଦ୍ରାବିଡଙ୍କ ସହ ଲଣ୍ଡନ ଯିବାକୁ ଥିବା ବେଳେ ଆଉ କିଛି ଖେଳାଳି ଆଇପିଏଲ ଟିମର କମିଟମେଣ୍ଟ ଶେଷ କରିବା ପରେ ଲଣ୍ଡନ ଅଭିମୁଖେ ବାହାରିବେ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଯଦି ଆଇପିଏଲର ପ୍ଲେଅଫକୁ ଉନ୍ନୀତ ନ ହୁଏ, ତେବେ ଏହି ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡି ହେବାର ଆଶଙ୍କା ରହିଛି ।