CulturalFeaturedLatest

ବିଶ୍ୱରେ ରହିଛି ଅଜବ ସ୍ଥାନ, ଯେଉଁଠି ତାପମାତ୍ରା ୭୬.୮ ଡିଗ୍ରୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଦିନକୁ ଦିନ ତାପାମାତ୍ରା ବଢ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ଏସବୁ ଗରମଠାରୁ ଶହେ ଗୁଣରେ ଉତାପ ଦେଖିବାକୁ ମିଳିଥାଏ କିଛି ସ୍ଥାନରେ । ଯେଉଁଠାରେ ୧୦ ମିନିଟ୍‌ ରହିଲେ ଅଂଶୁଘାତ ହେବା ନିଶ୍ଚିତ । ତେବେ ବିଶ୍ୱରେ ଥିବା ଏଭଳି କିଛି ସ୍ଥାନ ବାବଦରେ ଜାଣିବା । ଭାରତ ବର୍ଷରେ ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାରେ ଅସହ୍ୟ ଗରମ ହୋଇଥାଏ ।

ଆଫ୍ରିକାର ସାହାରା ମରୁଭୂମି ଦୁନିଆର ଉତପ୍ତ ସ୍ଥାନ ମଧ୍ୟରେ ଅନ୍ତଭୁକ୍ତ । ଏହି ସ୍ଥାନର ହାରାହାରି ତାପମାତ୍ରା ସବୁବେଳେ ପ୍ରାୟତଃ ୩୫ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ । ଏହି ମରୁଭୂମିରେ ସର୍ବାଧିକ ତାପମାତ୍ରା ୫୮ ଡିଗ୍ରୀରେ ପହଚିଂଥାଏ । ତେବେ ସାହାରା ମରୁଭୂମିର ତାପମାତ୍ରା କେବେ କେବେ ୭୬ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ରେକର୍ଡ କରାଯାଇଛି । ବିଶ୍ୱର ସବୁଠାରୁ ଉତପ୍ତ ମରୁଭୂମୀ ତାଲିକାରେ ସାହାରା ମରୁଭୂମୀ ସବୁଠାରୁ ଆଗରେ ରହିଛି ।

କାଲିଫର୍ଣ୍ଣିଆର ଡେଥ ଭ୍ୟାଲି ବା ମୃତ୍ୟୁ ଉପତ୍ୟାକା । ଯେଉଁଠାରେ ମାତ୍ରାଧିକ ଗରମ ହୋଇଥାଏ । ୧୯୧୩ ଜୁଲାଇ ୧୦ରେ ଏଠାରେ ସର୍ବାଧିକ ଗରମ ରେକର୍ଡ କରାଯାଇଥିଲା ୫୬.୭ ଡିଗ୍ରୀ ସେଲସିୟସ । ଏଠାରେ ପ୍ରାୟତଃ ୩୭ରୁ ୪୦ ଡିଗ୍ରୀ ତାପମାତ୍ରା ରହିଥାଏ । ତେବେ ଏଠାରେ ଉତାପ ବୃଦ୍ଧିର ଅନେକଗୁଡ଼ିଏ କାରଣମାନ ରହିଛି । ସୂର୍ଯ୍ୟଙ୍କ ପ୍ରଖର ଉତାପ, ଉପତ୍ୟାକାର ଗରମ ପବନ ବାହାରକୁ ନବାହାରିବ । ଏହାସହ ଚାରିଆଡ଼େ ମରୁଭୂମି ଘେରି ରହିବା ସହ ଜଳ ଉତ୍ସରୁ ଆଦ୍ରତା ବାହାରିଥାଏ । ଯେଉଁଥିପାଇଁ ମୃତ୍ୟୁ ଉପତ୍ୟାକାରେ ଘାତକ ଉତାପ ଅନୁଭୂତ ହୋଇଥାଏ ।

ଚୀନର ଫ୍ଲେମିଂ ମାଉଟେଂନ ଉତର କାଟଲାକାନ ମରୁଭୂମିରେ ଅବସ୍ଥିତ । ଫ୍ଲେମିଂ ମାଉଂଟେନର ଲମ୍ବ ଶହେ କିଲୋମିଟର ଏବଂ ମୋଟେଇ ୫ରୁ ୧୦ କିଲୋମିଟର । ଏଠାରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ପହଚିଂଥାଏ । କୁହାଯାଏ ୨୦୦୮ ମସିହାରେ ଏହି ଅଂଚଳରେ ୬୬.୮ ଡିଗ୍ରୀ ସେଲସିୟସ ପହଚିଂଥିଲା । କିନ୍ତୁ ଏହା ଏଯାବତ ନିଶ୍ଚିତ ହୋଇପାରିନାହିଁ । ଏଲ ଆଜିଜିୟା । ଲିବିୟାର ଉତର-ପଶ୍ଚିମ ଜାଫ୍ରା ଜିଲ୍ଲାର ଏକ ଛୋଟ ସହର । ଏଠାରେ ପ୍ରାୟତଃ ପ୍ରବଳ ଗରମ ଅନୁଭବ ହୋଇଥାଏ । ସାଧାରଣତଃ ତାପମାତ୍ରା ୩୫ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ । ୧୩ ସେପେଫମ୍ବର ୧୯୯୨ରେ ଏଠାରେ ୫୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିନ୍ତୁ ପରବର୍ତୀ ସମୟରେ ଅର୍ଥାତ ୨୦୧୨ ମସିହାରେ ଏହାକୁ ଭୁଲ ପ୍ରମାଣିତ କରାଯାଇଥିଲା । କାହିଁକି ନାଁ ଘୋଷଣା ହୋଇଥିବା ସମୟରେ ଏହି ଅଂଚଳରେ ତାପମାତ୍ରା ମାପିବାର କୌଣସି ସୁବିଧା ନଥିଲା । ତେବେ ଏହି ଅଂଚଳରେ କିନ୍ତୁ ଗ୍ରୀଷ୍ମପ୍ରବାହ ଅଧିକ ଦେଖିବାକୁ ମିଳିଥାଏ ।

ଆମେରିକାର ସୋନେରାନ ମରୁଭୂମି । ଯାହାକି ଆମେରିକାରୁ ମେକ୍ସିକୋ ପର୍ଯ୍ୟନ୍ତ ବ୍ୟାପିଛି । ଏଠାରେ ଅସହ୍ୟ ଗରମ ଅନୁଭବ ହୋଇଥାଏ । ବିପଜ୍ଜନକ କାକଟସ ଉଦ୍ଭିଦଦେଖିବାକୁ ମିଳିଥାଏ । ତେବେ ଏଠାରେ ୪୬.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଏହି ମରୁଭୂମି ଆରିଜୋନା ପ୍ରଦେଶରେ ଅବସ୍ଥିତ ଯେଉଁଠାରେ ବିରଳ ଜାଗୁଆର ଦେଖାଯାଏ ।