FeaturedGeneralLatest

ଭାରତୀୟ ଦୂତାବାସରେ ରହି ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ତଥ୍ୟ ଯୋଗାଉଥିବା ସତେନ୍ଦ୍ର ଗିରଫ

ନୂଆଦିଲ୍ଲୀ (ସଂକେତ ଟିଭି): ରୁଷରେ ରହି ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଦେଉଥିବା ଅଭିଯୋଗରେ ଜଣେ ଭାରତୀୟ ନାଗରିକଙ୍କୁ ଉତ୍ତର ପ୍ରଦେଶ ଏଟିଏସ ମିରଟରୁ ଗିରଫ କରିଛି ।ଅଭିଯୁକ୍ତ ଜଣକ ୟୁପିର ହାପୁର ଜିଲାର ବାସିନ୍ଦା ସତେନ୍ଦ୍ର ସିୱାଲ ବୋଲି ଜଣାପଡିଛି। ଅଭିଯୁକ୍ତ ବ୍ୟକ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଏମଟିଏସ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ରୁଷିଆର ଭାରତୀୟ ଦୂତାବାସରେ ତାଙ୍କୁ ନିୟୋଜିତ କରାଯାଇଥିଲା। ରବିବାର ୟୁପି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ଅଭିଯୁକ୍ତକୁ ଉଠାଇ ନେଇଛି ।

ୟୁପି ଏଟିଏସ୍ ଅନୁଯାୟୀ, ବିଦେଶ ମନ୍ତ୍ରାଳୟରେ ମଲ୍ଟିଟାକ୍ସିଂ ଷ୍ଟାଫ୍ ବା ଏମଟିଏସ ଭାବେ କାର୍ଯ୍ୟରତ ଥିବା ସତ୍ୟନ୍ଦ୍ର ସିବାଲଙ୍କୁ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ଗିରଫ କରିଛି । ତାଙ୍କ ବିରୋଧରେ ଆଇଏସଆଇ ପାଇଁ କାମ କରୁଥିବା ଅଭିଯୋଗ ଲାଗିଛି । ସେ ଋଷ୍ ମସ୍କୋରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ । ସତ୍ୟନ୍ଦ୍ର ଉତ୍ତର ପ୍ରଦେଶର ହାପୁଡ୍ ଜିଲ୍ଲାର ବାସିନ୍ଦା । ୟୁପି ଏଟିଏସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ତାକୁ ଗିରଫ କରାଯାଇଛି । ସତ୍ୟନ୍ଦ୍ର ପାକସ୍ତାନୀ ଗୁଇନ୍ଦା ଏଜେନ୍ସିକୁ ଗୋପନୀୟ ତଥ୍ୟ ଦେଉଥିଲେ । କେବଳ ଏତିକି ନୁହେଁ ବିଦେଶ ମନ୍ତ୍ରାଳୟରେ ଭରତ ସରକାରଙ୍କ ପକ୍ଷରୁ ନିୟୋଜିତ ଥିବା କର୍ମାଚାରୀମାନଙ୍କୁ ଟଙ୍କା ଲାଳସା ଦେଇ ଭାରତୀୟ ସେନାର ସାମରିକ ରଣନୀତି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ ସଂଗ୍ରହ କରି ଆଇଏସଆଇକୁ ଦେଉଥିଲା । ଭାରତୀୟ ପ୍ରତିରକ୍ଷା ବିଭାଗ ପ୍ରତି ବିପଦ କରୁଥିବା ତୁରନ୍ତ ଅଭିଯୁକ୍ତ ବିରୋଧରେ ଆକ୍ସନ ନିଆଯାଇଛି ।

ୟୁପି ଏଟିଏସକୁ ଏବାଦରେ ସୂଚନା ମିଳିବା ପରେ ସତ୍ୟନ୍ଦ୍ରଙ୍କ ଉପରେ ସର୍ବିଲାନ୍ସ ବଢ଼ାଯାଇଥିଲା । ତାଙ୍କ କର୍ଯ୍ୟକଳାପ ଉପରେ ନଜର ରଖିଥିଲା ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ । ସତେନ୍ଦ୍ରଙ୍କୁ ମେରଠକୁ ଡକାଯାଇ ପଚରାଉଚରା କରାଯାଇଥିଲା ଏବଂ ସେ ଏଟିଏସର କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରେ ସେ ନିଜ ଅପରାଧ ସ୍ବୀକାର କରିଥିଲେ। ତା’ପରେ ତାଙ୍କୁ ଗିରଫ କରାଯାଇଥିଲା।