FeaturedLatestNews

ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ନିୟମ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ବ ଓ ପରିଚାଳନା ଉପରେ ନିୟମ ଆଣିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରେରା ଆଇନ ଅନୁସାରେ ମାଲିକାନା ସତ୍ତ୍ୱ ଠିକ ନ ଥିବାରୁ ରାଜ୍ୟରେ ଦେଢ଼ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ବନ୍ଦ ରହିଥିଲା। ରିଏଲ ଇଷ୍ଟେଟ କାରବାରକୁ ଆଗକୁ ନେବା ସହ ଘର ମାଲିକମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ ୨୦୨୩ ଆଣିଥିଲେ। ପୂର୍ବରୁ ଥିବା ଆପାର୍ଟମେଣ୍ଟ ଆଇନ ୧୯୯୨ରେ ବାରମ୍ବାର ସଂଶୋଧନ ହୋଉଥିବାରୁ ରାଜ୍ୟ ସରକାର ନୂଆ ଆଇନ ଆଣିଥିଲେ। ଏବେ ଏହି ଆଇନ କାର୍ଯ୍ୟକାରୀ ପାଇଁ ରୁଲର ବିଂଜ୍ଞପ୍ତି ପ୍ରକାଶ ପାଇଛି। ମାସକ ଭିତରେ ଆପତ୍ତି ଅଭିଯୋଗ ପାଇଁ ସମୟ ଦିଆଯାଇଛି। ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଥିବା ଆପାର୍ଟମେଣ୍ଟ କିଣାବିକା ପାଇଁ ଖୁବ ଶୀଘ୍ର ବାଟ ଫିଟିବ।