CrimeLatestNews

ଜମି ମାଲିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଜେଲ୍ ଦଣ୍ଡାଦେଶ

ବାଲେଶ୍ବର (ସଂକେତ ଟିଭି) ଅନ୍ୟର ଜମିରେ ଜୋର ଜବରଦସ୍ତ ଦଖଲ କରି ଘର ତିଆରି କରିବା ତଥା ଜମି ମାଲିକ ବିରୋଧ କରିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଆଠ ଜଣଙ୍କୁ ଜେଲ୍ ଦଣ୍ଡ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କାଚୁଆପଦା ଗାଁରେ ଘଟିଥିବା ଏହି ଘଟଣାର ରାୟ ପ୍ରକାଶ କରି ସିଜେଏମ୍ ସୁଶିଲ କୁମାର ସାହୁ ଆଠ ଜଣଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ତାଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, କାଚୁଆପଦା ଗାଁରେ ଅଜୟ କୁମାର ନାୟକଙ୍କ ଜମିରେ 2014 ମସିହାରେ ଜୋରଜବରଦସ୍ତ କିଛି ଲୋକ ଘର ତିଆରି କରୁଥିଲେ । ଏହାକୁ ବିରୋଧ କରିବାରୁ ଅଜୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ଅଜୟ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ।

ଏହି ମାମଲାର ବିଚାର କରି ବାଲେଶ୍ବର ସିଜେଏମ୍ ସାକ୍ଷପ୍ରମାଣ ଆଧାରରେ ହେମନ୍ତ ମହାପାତ୍ର, ହରେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ସୁଶାନ୍ତ କୁମାର ମହାପାତ୍ର, ସପନ ଦେ, କଳ୍ପନା ଦେ, ବାବୁରାମ ଦାସ ଓ ମାନସ ରଞ୍ଜନ ଦାସଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛନ୍ତି ।