FeaturedLatestNewsPolitics

ପ୍ରଥମ ପର୍ଯ୍ୟାୟରେ ୭୦ଟି ଟିକେଟ ଘୋଷଣା କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର (ସଂକେତ ଟିଭି): ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବ ରାଜ୍ୟ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବ ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ଆଗୁଆ ଟିକେଟ୍ ଦେବା ପାଇଁ ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ ବସିଛି । ପିସିସି ସଭାପତିଙ୍କ ସହ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି। ପ୍ରଗମନ ଆପରେ ଟିକେଟ୍ ଆବେଦନ କରିଥିବା ନେତାଙ୍କ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଉଛି। ଏହା ପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ବିଧାୟକ ପ୍ରାର୍ଥୀ ହେବା ପାଇଁ ୩ ହଜାର ଓ ସାଂସଦ ପ୍ରାର୍ଥୀ ହେବାକୁ ୭ଶହ ଆଶାୟୀ ଆବେଦନ କରିଛନ୍ତି।