LatestNews

ଆଉ ୫ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍‌ ଚାଲିଛି। ଏହା ଦ୍ୱାରା ୪୪ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ।

ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍‌ ଚାଲିଲା ଏବଂ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହେବେ । କଟକର ୨୬୧ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲିଲା ଏବଂ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହେବେ । ଝାରସୁଗୁଡାର ୭୬ଟି ପଞ୍ଚାୟତରେ ୧୬ଟି ବସ୍‌ ଚାଲିଲା ଏବଂ ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହେବେ । କନ୍ଧମାଳର ୧୬୪ଟି ପଞ୍ଚାୟତରେ ୫୨ଟି ବସ୍‌ ଚାଲିଲା ଏବଂ ୭ ଲକ୍ଷ ୩ ହଜାର ଲୋକ ଉପକୃତ ହେବେ। ସେହିଭଳି ସମ୍ବଲପୁରର ୯୭ଟି ପଞ୍ଚାୟତରେ ୩୧ଟି ବସ୍‌ ଚାଲିଲା ଏବଂ ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହେବେ।