LatestNewsPolitics

ବାଲେଶ୍ଵର ଜିଲ୍ଲାପାଳ ମୋତେ ଅପମାନିତ କରିଛନ୍ତି : ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ବର ସହରର ଏକ ଘରୋଇ ପାର୍କରେ ଅନୁଷ୍ଠିତ ସିକିମ ପଟା ବଣ୍ଟନ କାର୍ଯ୍ଯକ୍ରମରେ ବାଲେଶ୍ଵର ଜିଲ୍ଲାପାଳ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯ ଜିଲ୍ଲା ପ୍ରଶାସନ ତାଙ୍କୁ ସିକିମ ପଟା ବଣ୍ଟନ କାର୍ଯ୍ଯକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳକୁ ଯିବାପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ଓ ସଦର ବିଧାୟକ ସ୍ବରୂପ ଦାସ ଓ ଜଳେଶ୍ଵର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ଷ୍ଟେଜରେ ବସିବାକୁ ଦିଆଯିବା ବେଳେ ତାଙ୍କୁ ତଳେ ବସିବା ପାଇଁ ବ୍ଯବସ୍ଥା ହେଇଥିଲା। ବିଧି ବ୍ୟବସ୍ଥା ମୁତାବକ ଜଣେ ବିଧାୟକ ରାଜ୍ୟର ମୁଖ୍ଯ ଶାସନ ସଚିବଙ୍କ ଠାରୁ ଉପରେ। ଏ କ୍ଷେତ୍ରରେ ଜଣେ ସାଂସଦ ବିଧାୟକଙ୍କ ଠାରୁ ଅନେକ ଉର୍ଦ୍ଧ୍ବରେ ଓ ଜଣେ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଅନେକ ତଳେ। ଜିଲ୍ଲାପାଳ କୋଉ ସାହସରେ ନିଜେ ଷ୍ଟେଜରେ ବସିଥିବା ବେଳେ ଜଣେ ସାଂସଦଙ୍କୁ ତଳେ ବସିବା ପାଇଁ କହୁଛନ୍ତି ? ବୋଲି ସେ ପ୍ରଶ୍ନ କରିଥିଲେ ।
ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ବାସ୍ତବରେ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ ଭଳି ପରିଣତ ହୋଇଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଯେହେତୁ ରେମୁଣା ବିଧାୟକ ବିଜେଡ଼ିରୁ ନିଳମ୍ବିତ ଓ ସାଂସଦ ବିଜେପି ଦଳର ହେଇଥିବାରୁ ତାଙ୍କୁ ତଳେ ବସିବାକୁ ଦିଆଯାଇଥିଲା। ବିଜେଡ଼ି ଶାସନରେ ବାରଂବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ଓ ଗଣତାନ୍ତ୍ରିକ ମୁଲ୍ୟବୋଧର ହତ୍ୟା ହେଉଛି। ସରକାରୀ କର୍ମଚାରୀମାନେ ବିଜେଡ଼ିର ଦଳୀୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।