CrimeFeaturedLatestNews

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତହସିଲ ଅମିନ

ବଲାଙ୍ଗୀର (ସଂକେତ ଟିଭି): ଜମି ଡିମାର୍କେସନ ପାଇଁ ଜଣଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅମିନ ନୀର୍ମଳେନ୍ଦୁ କବିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସଇଁତଳାର ଜଣେ ବ୍ୟକ୍ତି ଜମି ଡିମାର୍କେସନ ନିମନ୍ତେ ସଇଁତଳା ତହସିଲର ଅମିନ ନୀର୍ମଳେନ୍ଦୁ କବିଙ୍କ ପାଖକୁ ଯାଇଥିଲେ । ମାତ୍ର ଅମିନ ନିର୍ମଳେନ୍ଦୁ ସେହି କାମ ପାଇଁ ତାଙ୍କୁ ୮୦୦୦ ଟଙ୍କ ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ବଲାଙ୍ଗୀର ଭିଜିଲାନ୍ସ ଅଫିସର ଦ୍ଵାରସ୍ତ ହୋଇଥିଲେ । ପୁର୍ବ ଯୋଜନା ଅନୁଯାୟୀ ଆଜି ଉକ୍ତ ଅଭିଯୋଗକାରୀ ଜଣଙ୍କ ଅମିନ ନିର୍ମଳେନ୍ଦୁ କବିଙ୍କୁ ଉକ୍ତ ୮ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତାଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଏଥିସହ ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ପଚରାଉଚରା କରାଯାଉଛି । ଅନ୍ୟପଟେ ଭିଜିଲାନ୍ସ ଶ୍ରୀ କବିଙ୍କ ବାସଭବନ ସମେତ ୨ସ୍ଥାନରେ ଚଢାଉ କରିଛି ।