LatestNewsPolitics

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଦେଲେ ବିଜେପି ବିଧାୟକ

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବୁଧବାର ଗୃହରେ ଅର୍ପଣ ଚାଉଳକୁ ନେଇ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଛି। ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଛନ୍ତି।

ସେପଟେ ପରୀ ମାମଲାରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହୋହାଲ୍ଲା କରିଥିଲେ। ଫଳରେ ପ୍ରଶ୍ନକାଳ ଚାଲିପାରି ନ ଥିଲା । ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ।