EducationLatestNews

ସ୍କୁଲ କଲେଜରେ ଶିକ୍ଷକ ପଦବୀ ପୁରଣ ଦାବିରେ ଏଆଇଏସ୍ଏଫ୍ ର ବିକ୍ଷୋଭ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲାର ସମସ୍ତ ସ୍କୁଲ କଲେଜରେ ଆବଶ୍ଯକୀୟ ଶିକ୍ଷକ, ଅଧ୍ୟାପକ, ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଏଆଇଏସ୍ଏଫ୍ ପକ୍ଷରୁ ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସହିତ ସେମାନେ ସମସ୍ତ ସ୍କୁଲ କଲେଜରେ ଆଵଶ୍ଯକୀୟ ଶ୍ରେଣୀ ଗୃହ, ପାଠାଗାର, ଵିଜ୍ଞାନାଗାର, ସଭା ଗୃହ, ଷ୍ଟୁଡେଣ୍ଟ୍ କମନ ରୁମ, ଇନଡୋର ଗେମସର ପାଇଁ ଇନଡୋର ଷ୍ଟାଡିୟମ, ଖେଳ ପଡିଆ ଇତ୍ୟାଦି ଭିତ୍ତିଭୂମି ପ୍ରତିଷ୍ଠା ସହ ଏହି ସଵୁ ପାଇଁ ଆଵଶ୍ଯକୀୟ ଲାଵୋରେଟୋରୀ ଆସିଷ୍ଟାଣ୍ଟ, ଡେମୋନଷ୍ଟ୍ରେଟର ଓ ପିଅନ ନିଯୁକ୍ତି ପାଇଁ ଦାବି କରିଥିଲେ । ଫକୀରମୋହନ ଜୁନିୟର କଲେଜରେ ଏନସିସି, ଫକୀର ମୋହନ ସ୍ଵୟଂଶାସିତ ମହା ଵିଦ୍ଯାଳୟରେ ଏନ୍ଏସ୍ଏସ୍ କ୍ୟାମ୍ପ ସଂଗଠିତ କରିବା ପାଇଁ ମଧ୍ଯ ଦାବି କରାଯାଇଥିଲା ।

ଏହି ଵିକ୍ଷୋଭ ସମାବେଶରେ ଏଆଇଏସ୍ଏଫ୍ ର ରାଜ୍ଯ ସଭାପତି ସଂଘମିତ୍ରା ଜେନା ଉଦବୋଧନ ଦେଇ କହିଲେ କି ଏବେ ଵିଶ୍ଵ ଓଡିଆ ସମ୍ମିଳନୀ କରାଯାଉଛି, ମାତ୍ର କଲେଜରେ ଓଡିଆ ଅଧ୍ୟାପକ ପଦଵୀ ଖାଲି ପଡିଛି। ହକି ଓ୍ଵାର୍ଲଡ୍ କପକୁ ଆତିଥ୍ୟ ଦିଆଯାଉଛି, ସ୍କୁଲ କଲେଜରେ ପିଟି-କ୍ରୀଡା ଶିକ୍ଷକ ପଦବୀ ଖାଲି ପଡିଛି।ଵିଜ୍ଞାନ କଂଗ୍ରେସକୁ ଆତିଥ୍ୟ ଦିଆଯାଉଛି ମାତ୍ର ଵିଜ୍ଞାନ ଅନ୍ତର୍ଗତ ପଦାର୍ଥ ଵିଜ୍ଞାନ,ଗଣିତ, ରସାୟନ ଵିଜ୍ଞାନ, ଜୀଵ ଵିଜ୍ଞାନ, ପ୍ରାଣୀ ଵିଜ୍ଞାନରେ ନା ଅଧ୍ୟାପକ ନା ଲାଵୋରେଟୋରୀ ଆସିଷ୍ଟାଣ୍ଟ ନା ଡେମୋନଷ୍ଟ୍ରେଟର ଅଛନ୍ତି। ଆମ-ଓ ନାମରେ କଲେଜ ଛୁଟି କରି ଛାତ୍ର ଛାତ୍ରୀଙ୍କୁ ୫ଟି ସଭାକୁ ନିଆଯାଉଛି। ମୋଵାଇଲ ଭିଡ଼ିଓର ରିଲ କରି ପଠାଇଲେ ଉପହାର ମିଳିବ କହି ଶିକ୍ଷା ପ୍ରତି ସରକାରୀ ଅବହେଳାକୁ ଘଣ୍ଟ ଘୋଡ଼ା ଯାଉଛି।
ଏଆଇଏସ୍ଏଫ୍ ରାଜ୍ଯ ସମ୍ପାଦକ କାହ୍ନୁ ଚରଣ ପରିଡା ସମଗ୍ର ଵାଲେଶ୍ଵର ଜିଲ୍ଲାର ଛାତ୍ର ଛାତ୍ରୀ ନିଜ ହକ୍ ପାଇଁ ସଂଗଠିତ ହେଵାକୁ ଆହ୍ଵାନ ଦେଇଥିଲେ।ଜିଲ୍ଲା ସଭାପତି ସର୍ବେଶ୍ଵର ବିନ୍ଧାଣୀ କହିଥିଲେ କି ଆମେ ଅଧ୍ଯୟନ ପାଇଁ ଆସିଛୁ, ଶିକ୍ଷକ ପଦଵି ଖାଲି ପଡିଛି- ଆମକୁ ଶିକ୍ଷାରୁ ଵଞ୍ଚିତ କରିଵାର ହୀନମନ୍ୟତା ଵନ୍ଦ କର ବୋଲି କହିଥିଲେ।

ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା କହିଥିଲେ ଯେ କ୍ରୀଡ଼ାରେ ଜିଲ୍ଲାରେ ୧ନମ୍ଵର ହୋଇଥିଵା ଖେଳାଳୀ ଛାତ୍ର ଛାତ୍ରୀଙ୍କୁ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ ରୁ ଵଞ୍ଚିତ କରାଯାଉଛି। ଆଇ ମତକୁ ପାଠ ପଢିବା ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଦିଅ ଵୋଲି ଆସ୍ମିନ ଖାତୁନ ଦାଵି କରିଥିଲେ।

ଏହି ଵିକ୍ଷୋଭରେ ଏଆଇଏସ୍ଏଫ୍ ନେତା ବିକ୍ରମ ମହାନ୍ତି, ଦେଵଵ୍ରତ ବେହେରା ଓ ଏଆଇଓ୍ଵଆଇଏଫ୍ ର ତପନ କୁମାର ସିଟ ଉଦବୋଧନ ଦେଇ ଜିଲ୍ଲା ପ୍ରଶାସନ ଆମ ଦାଵି ପୁରଣ ନକଲେ ସମୂହ ଛାତ୍ରଛାତ୍ରୀ ଏହି ସମସ୍ଯା ନେଇ ରାଜ୍ଯ ଶିକ୍ଷା ଵିଭାଗ ଓ ୫ଟି ଵିଭାଗରେ ଆନ୍ଦୋଳନ କରିଵାକୁ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭକାରୀଙ୍କୁ ଏଆଇଏସ୍ଏଫ୍ ର ପୁର୍ବତନ ରାଜ୍ଯ ସମ୍ପାଦକ ତଥା ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ସମସ୍ତଙ୍କୁ ଵିଜ୍ଞାନ ସମ୍ମତ ଶିକ୍ଷା ପାଇଁ ଲଢିଵା, ପୁଣି ଲଢିଵା ପାଇଁ ପଡ଼ିବା – ନୂଆ ଦୁନିଆଁ ଗଢ଼ିବା ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ଵାଲେଶ୍ଵର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଆଵଶ୍ଯକୀୟ ଶିକ୍ଷକ, ଅଧ୍ୟାପକ, ପ୍ରଫେସର ଓ ଆଵଶ୍ଯକୀୟ କର୍ମଚାରୀ ନାହାନ୍ତି, ୬୦%ରୁ ଅଧିକ ପଦଵୀ ଖାଲି ପଡିଛି, ଏପରିକି କେତେକ ଵିଭାଗରେ ଆଦୌ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି। ଆଜି ଫକୀର ମୋହନ ଵିଶ୍ଵ ଵିଦ୍ଯାଳୟ, ଫକୀର ମୋହନ ସ୍ଵୟଂଶାସିତ ମହାଵିଦ୍ଯାଳୟ, କନିଷ୍ଠ ମହାଵିଦ୍ଯାଳୟ, ଵଳାଙ୍ଗି ମହାଵିଦ୍ଯାଳୟ, କନିଷ୍ଠ ମହାଵିଦ୍ଯାଳୟ, ଡ଼ାଃ ଯଦୁନାଥ ମହାଵିଦ୍ଯାଳୟ, କନିଷ୍ଠ ମହାଵିଦ୍ଯାଳୟ, ଵାଲେଶ୍ଵର ମହିଳା ମହାଵିଦ୍ଯାଳୟ, କନିଷ୍ଠ ମହାଵିଦ୍ଯାଳୟ ଇତ୍ୟାଦିର ଖାଲି ପଡିଥିଵା ପଦଵୀ ପୂରଣ ପାଇଁ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରାଯାଇଛି। ଏହି ଆନ୍ଦୋଳନରେ ଆନ୍ଦୋଳନରେ ଜ୍ୟୋତ୍ସ୍ନା ରାଣୀ ମହାରଣା, ପ୍ରିତମ କୁମାର ଦାସ, ଆଦିତ୍ୟ ମାଝୀ, ମିତା ବେହେରା, ଆସ୍ମିନ ଖାତୁନ, ରାମ ଚନ୍ଦ୍ର ସିଂ, ଦୀପଶିଖା ଘଡେ଼ଇ, ପୂର୍ଣ୍ଣିମା ହାଁସଦା, ଆଫ୍ରିନ୍ ନିଶା, ୟାସ୍ମିନ କ୍ଵାଦ୍ରୀ, ଜୀତ ପ୍ରକାଶ ବେହେରା, ଅଭିଜିତ ପ୍ରଧାନ, ରୂପାଲି ସୋରେନ, ରାମେଶ୍ଵର କମିଳା, ସତ୍ୟଜିତ ମାଝୀ, ଯୋଗେଶ୍ଵର ମାଝୀ, ସ୍ଵାତୀ ସ୍ଵର୍ଣ୍ଣ ପ୍ରଭା ମଲ୍ଲିକ, ଦିଵ୍ଯ ରଞ୍ଜନ ସାହୁ ଓ ଦୀପ୍ତି ରାଣୀ ମୟିଶାଳ ପ୍ରମୁଖଙ୍କ ନେତୃତ୍ଵରେ ଛାତ୍ର ଛାତ୍ରୀମାନେ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରାରେ ଆସି କଲେକ୍ଟୋରେଟରେ ପହଞ୍ଚି ଥିଲେ।