FeaturedGeneralLatest

ସତ୍ୟପାଲ ମଲ୍ଲିକଙ୍କ ଘର ସମେତ ୩୦ଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ (ସଂକେତ ଟିଭି) : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ସିବିଆଇ ଆଜି ଚଢାଉ କରିଛି । କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟରେ ଘୋଟାଲା ମାମଲାରେ ସିବିଆଇ ଏହି ଚଢାଉ କରିଛି ।

ସୂଚନା ଅନୁସାରେ, ୨୦୧୮ ମସିହା ଅଗଷ୍ଟ ମାସରେ ଜମ୍ମୁକାଶ୍ମୀରରେ ରାଜ୍ୟପାଳ ଭାବେ ସତ୍ୟାପାଲ ମଲ୍ଲିକ ନିଯୁକ୍ତ ହୋଇଥିଲେ । ୧୫ ମାସ ପରେ ଅର୍ଥାତ ୨୦୧୯ ମସିହାରେ ତାଙ୍କୁ ଗୋଆ ରାଜ୍ୟପାଳ ଦାୟିତ୍ବ ଦିଆଯାଇଥିଲା । ତେବେ ୨୦୧୯ ମସିହାରେ କିସ୍ତଓ୍ବାଡର ଚେନାବ ନଦୀ ଉପରେ ପ୍ରସ୍ତାବିତ ୨୨୦୦ କୋଟି ଟଙ୍କାର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର୍ ପ୍ରୋଜେକ୍ଟ (HEP)ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ସିଲିଭ ଓ୍ବାର୍କ ଟେଣ୍ଡର ଦେବାକୁ ନେଇ ହୋଇଥିବା ଦୁର୍ନୀତି ଅଭିଯୋଗରେ ସିବିଆଇ ଆଜି ଚଢାଉ କରିଛି। ସତ୍ୟପାଲ ମଲ୍ଲିକଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ସକାଳୁ ସକାଳୁ ଚଢାଉ ଜାରି ରହିଛି ।

ଏହାକୁ ନେଇ ମଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏକଛତ୍ରବାଦୀ ଶାସକ ତାଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛନ୍ତି। ସେ ଜଣେ କୃଷକଙ୍କ ପୁଅ, ଏହି ଚଢ଼ାଉକୁ ନେଇ ଭୟଭୀତ ହେବେ ନାହିଁ। ଗତ ୩ରୁ ୪ ଦିନ ହେଲାଣି ଅସୁସ୍ଥ ଥିଲେ, ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଏହା ସତ୍ତ୍ୱେ ତାଙ୍କ ଘରେ ଚଢ଼ାଉ କରାଯାଉଛି। ହେଲେ ସେମାନଙ୍କୁ ତାଙ୍କ ୪-୫ କୁର୍ତ୍ତା ପାଇଜାମା ଛଡ଼ା ଆଉ କିଛି ମିଳିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ ଡ୍ରାଇଭର ଏବଂ ସହାୟକ ମଧ୍ୟ ଚଢ଼ାଉକୁ ନେଇ ଅନାବଶ୍ୟକ ଭାବେ ହଇରାଣ ହେଉଥିବା ସେ କହିଛନ୍ତି।

ମଲିକ ଦାବି କରିଛନ୍ତି ଯେ, ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ମଧ୍ୟରେ ଯେତେବେଳେ ସେ ଜମ୍ମୁ କଶ୍ମୀରର ରାଜ୍ୟପାଳ ଥିଲେ, ତାଙ୍କୁ ଦୁଇଟି ଫାଇଲ ଅନୁମୋଦନ ଲାଗି ୩୦୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା। ସିବିଆଇ ଏହି ଅଭିଯୋଗକୁ ନେଇ ୨ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା। ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପାୱାର ଲିମିଟେଡର ପୂର୍ବତନ ଚେୟାରମ୍ୟାନ ନବୀନ କୁମାର ଚୌଧୁରୀ ଏବଂ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ର ଏବଂ ପଟେଲଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା। ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପାୱାର ଲିମିଟେଡ୍‌ର ପୂର୍ବତନ ଚେୟାରମ୍ୟାନ ନବୀନ କୁମାର ଚୌଧୁରୀ ଏବଂ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ର ଏବଂ ପଟେଲଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା।