FeaturedLatestNews

ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିଶନର

ଭୁବନେଶ୍ବର (ସଂକେତ ଟିଭି) : ଭୁବନେଶ୍ୱର ମହାନଗର ନିଗମ କମିଶନର ଭାବରେ ୨୦୦୫ ବ୍ୟାଚ୍‌ର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ ନିଯୁକ୍ତ ହୋଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର କମିଶନର ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟିରେ ଯିବେ । ବିଜୟ ଛୁଟି ପାଇଁ ଆବେଦନ କରିଥିଲେ।

ସୂଚନା ଅନୁସାରେ ଲୋକପ୍ରତିନିଧିଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରି ବିବାଦୀୟ ଓ ଏହା ପରେ ବିଏମସି କମିଶନର ହଠାତ୍‌ ଛୁଟିରେ ଯିବାକୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି । ମେୟର, ଡେପୁଟି ମେୟର, କର୍ପୋରେଟଙ୍କ ସିଟିଂ ଫିକୁ ନେଇ ବିବାଦୀୟ ହୋଇଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯାଇଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ହସ୍ତାକ୍ଷର ଯୁକ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟିରେ ଯିବା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ । ୨୩ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ସେ ଛୁଟିରେ ଯିବାକୁ ଅନୁମତି ମାଗିଥିଲେ । ସରକାରଙ୍କ ପକ୍ଷରୁ ୨୦୧୩ ବ୍ୟାଚର ଏହି ଅଫିସରଙ୍କୁ ଛୁଟିରେ ଯିବାକୁ ସରକାର ଅନୁମତି ଦେଇଛନ୍ତି ।

୨୦୦୫ ବ୍ୟାଚର ରାଜେଶ ବର୍ତ୍ତମାନ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ନିଜ ମୂଳ ଦାୟିତ୍ୱ ସହ ରାଜେଶ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।