FeaturedGeneralLatestPolitics

ଆପ୍-କଂଗ୍ରେସ ଆସନ ଭାଗବଣ୍ଟା ଶେଷ

ନୂଆଦିଲ୍ଲୀ (ସଂକେତ ଟିଭି) : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ଆପ୍ ଏବଂ କଂଗ୍ରେସ ଦିଲ୍ଲୀ, ଗୁଜୁରାଟ, ହରିୟାଣା ଏବଂ ଗୋଆରେ ଏକାଠି ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ଆପ୍ ସାତଟି ଲୋକସଭା ଆସନ ମଧ୍ୟରୁ ଚାରିଟି ଆସନ ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ଚାନ୍ଦନୀ ଚୌକ୍, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରୁ କଂଗ୍ରେସ ନିଜର ପ୍ରାର୍ଥୀ ଦେବ।

ଶନିବାର ଏହା ଘୋଷଣା କରି ଆପ୍ ସାଂସଦ ସନ୍ଦୀପ ପାଠକ ଏବଂ କଂଗ୍ରେସ ନେତା ମୁକୁଲ ୱାସନିକ କହିଛନ୍ତି ଗୁଜରାଟର ୨୪ ଟି ଆସନରେ କଂଗ୍ରେସ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ଗୁଜରାଟର ଦୁଇଟି ଲୋକସଭା ଆସନ ଭରୁଚ ଏବଂ ଭାବନଗରରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ। ହରିୟାଣାର ଗୋଟିଏ ଆସନ କୁରୁକ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଲଢ଼ିବ। ଚଣ୍ଡିଗଡ଼ ଆସନରୁ କଂଗ୍ରେସ ପ୍ରତିଦ୍ବନ୍ଦ୍ବିତା କରିବ। ଏଥିସହ ଗୋଆର ଉଭୟ ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ।

ସୂଚନାଯୋଗ୍ୟ ୨୦୧୪ ଏବଂ ୨୦୧୯ ରେ ଅନୁଷ୍ଠିତ ଶେଷ ଦୁଇଟି ଲୋକସଭା ନିର୍ବାଚନରେ ​​ବିଜେପି ଦିଲ୍ଲୀର ସମସ୍ତ ଆସନକୁ ହାତେଇବା ସହିତ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା।