FeaturedLatestNews

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ଭୋଗରାଇ (ଉମାକାନ୍ତ ନାୟକ ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଠାରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଭୋଗରାଇର ଟୁକୁରୀ ହାଜିରା ଓ ପସରବିନ୍ଧା ଗ୍ରାମରେ ଏହି ଅଘଟଣ ଘଟିଥିଲା ।

ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହୋଇଥିଲା । ଟୁକୁରୀ ହାଜିରା ପଂଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନଙ୍କ ବଜ୍ରପାତର ମୃତ୍ୟୁ ହୋଇଥିଲା । ରଞ୍ଜନ ଚିଙ୍ଗୁଡ଼ି ଘେରିକୁ ଯାଇଥିବା ବେଳେ ବର୍ଷା ଯୋଗୁ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ । ସେହି ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଫଳରେ ସେ ସଂପୂର୍ଣ୍ଣ  ଜଳି ଯାଇଥିଲେ ।

ସେହିପରି ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବହୁ ମୋବାଇଲ ବ୍ୟବହାର କରୁଥିଲା ବେଳେ ବଜ୍ରଘାତରେ ସର୍ଟସର୍କିଟରେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।