LatestNewsPolitics

ହୃଦଘାତ ପରେ ଦାମୋଦର ରାଉତଙ୍କ ଅବସ୍ଥା ସଂକଟାପନ୍ନ

ଭୁବନେଶ୍ବର (ସଂକେତ ଟିଭି) : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହୃଦଘାତ ପରେ ଦାମୋଦର ରାଉତ ଗୁରୁତର ଥିବା ନେଇ ପୁଅ ସମ୍ବିତ ରାଉତ ସୂଚନା ଦେଇଛନ୍ତି ।

ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବାର ସମ୍ବିତ ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ଯେ ହୃଦଘାତ ଆସିବା ପରେ ବ୍ରେନଡେଡ଼ ହୋଇପଡିଛି । ତିନିମାସ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ନବୀନ ପଟ୍ଟନାୟକ ପୁଣିଥରେ ତାଙ୍କୁ ବିଜେଡିକୁ ଫେରାଇ ଆଣିଥିଲେ।