LatestNewsPolitics

ବିଜେପିରୁ ଇସ୍ତଫା ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର (ସଂକେତ ଟିଭି) : ବିଜେପିରୁ ଇସ୍ତଫା ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଲେଖାଶ୍ରୀ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକରେ ନିଜର ଇସ୍ତଫାପତ୍ର ଫୋଷ୍ଟ କରି ସୂଚନା ପ୍ରଦାନ କରିଛନ୍ତି । ଏହା ସହିତ ବିଜେବି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଲେଖାଶ୍ରୀ ନିଜନି ଇସ୍ତଫା ପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷଧରି ସେ ବିଜେବି ପିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆରିଥିଲେ । ହେଲେ ସେ ଦଳର ବିଶ୍ବାସ ଭାଜନ ହୋଇପାରିନାହାଁନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି।