LatestNewsPolitics

ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି : ପାଣ୍ଡିଆନ

ଭୁବନେଶ୍ବର (ସଂକେତ ଟିଭି) : ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି । ବରିଷ୍ଠ ବିଜେଡି ନେତା କାର୍ତ୍ତିର ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି । ୪ଟି ପର୍ଯ୍ୟାୟରେ ସୁଇପ୍‌‌ କରିବ ବିଜୁ ଜନତା ଦଳ । ଲୋକସଭା ନିର୍ବାଚନରେ ବିଜେଡି ପୂର୍ବ ଅପେକ୍ଷା ଭଲ କରିବ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ଦଳ ବିଜୟୀ ହେବ । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା।