FeaturedGeneralLatestSports

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାନକୋଭିକଙ୍କ ବିବାହ ବିଚ୍ଛେଦ !

ମୁମ୍ବାଇ (ସଂକେତ ଟିଭି): ମୁମ୍ବାଇ ଇଣ୍ଡିଆନର ଅଧିନୟାକ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ହୋଇଛି । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଖୁବଶୀଘ୍ର ଉଭୟଙ୍କ ମଧ୍ଯରେ ବିବାହ ବିଚ୍ଛେଦ ଦେବାକୁ ଯାଉଛନ୍ତି ବୋଲି ଗୁଜବ ଜୋର ଧରିଛି । ତେବେ ଏହାମଧ୍ୟରେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ ହଟାଇବା ପରେ ଏହି ଚର୍ଚ୍ଚାକୁ ଆହୁରୀ ଖୋରାକ ଯୋଗାଇଛି । ଦୀର୍ଘ ଦିନ ହେଲା ନତାଶା ସୋସିଆଲ ମିଡିଆରେ ପାଣ୍ଡ୍ୟା ଓ ତାଙ୍କର କୌଣସି ଫୋଟ ପୋଷ୍ଟ କରୁନଥିବା ବେଳେ ଉଭୟଙ୍କ କପଲ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ କରିଥିବା ଦେଖିବାକୁ ମିଳିଛି ।

ତେବେ ଗତ ମାର୍ଚ୍ଚ ୪ରେ ନତାଶାଙ୍କ ଜନ୍ମଦିନରେ ମଧ୍ୟ ସୋସିଆଲ ମିଡିଆରେ ପାଣ୍ଡ୍ୟା କୌଣସି ପୋଷ୍ଟ କରିନଥିଲେ । କେବଳ ଏତିକି ନୁହେଁ ଆଉ ମଧ୍ୟ ଆଇପିଏଲର ଗୋଟିଏ ବି ମ୍ୟାଚରେ ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ତାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ଚିଅର-ଅପ କରିବାକୁ ଷ୍ଟାଡିୟମରେ ନତାଶାଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଉଭୟଙ୍କ ପାରିପାରିବ ଜୀବନରେ ଫାଟ ଥିବା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।

ଏହି ଚର୍ଚ୍ଚା ମଧ୍ୟରେ ଏବେ କୁହାଯାଉଛି ଯେ, ନତାଶା ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନେବେ। ତେବେ ପାଣ୍ଡ୍ୟାଙ୍କ ଆୟ ଦେଖିବାକୁ ଗଲେ ପାଣ୍ଡ୍ୟା ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଅଛନ୍ତି । ତାଙ୍କୁ ଦଳ ୧୫କୋଟି ଟଙ୍କାରେ କିଣିଛି | ସେ ଏହା ପୂର୍ବରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଭାବେ କୋଟି କୋଟି ଟଙ୍କା ଆୟ କରିଥିଲେ । ତେବେ କ୍ରିକେଟ ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି | ଏବେ ସେ ୯୧କୋଟି ଟଙ୍କାର ମାଲିକ ଥିବା ବେଳେ ଛାଡପତ୍ର ପରେ ତାଙ୍କୁ ଅଧାରୁ ଅଧିକ ସମ୍ପତ୍ତି ପତ୍ନୀଙ୍କୁ ଦେବାକୁ ହେବ ବୋଲି ଚର୍ଚ୍ଚା ହେଉଛି |

ସୂଚନା ଅନୁସାରେ, ୨୦୨୦ ମେ ୩୧ ତାରିଖରେ ଅଭିନେତ୍ରୀ ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହର ଏକମାସ ପରେ ଅର୍ଥାତ୍ ୩୦ ଜୁଲାଇ ୨୦୨୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଉଭୟ ପିତାମାତା ବନିଥିଲେ । ତେବେ ୨୦୨୩ ଫେବ୍ରୁଆରୀ ୧୪ରେ ଏହି ଯୋଡି ରାଜସ୍ଥାନର ଉଦୟପୁରରେ ପୁଣି ଥରେ ଏକ ଗ୍ରାଣ୍ଡ୍ ବିବାହ ଓ ରିସେପ୍ସନ କରିଥିଲେ ।