ସାମ୍ନାକୁ ଆସିଲା “ଗୁଡବାଏ’ର ଫାଷ୍ଟ ପୋଷ୍ଟର
ମୁମ୍ବାଇ : (ସଂକେତ୍ ଟିଭି) “ପୁଷ୍ପା’ ଫେମ୍ ରଶ୍ମିକା ମନ୍ଦାନା ଓ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ “ଗୁଡ୍ ବାଏ’ ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଛି । ଯେଉଁଥିରେ ଫିଲ୍ମର ରିଲିଜ୍ ଡେଟ୍ ରହିଛି ଅକ୍ଟୋବର ୭ । ପୋଷ୍ଟରରେ ଅମିତାଭ୍ ଓ ରଶ୍ମିକା ଏକାଠି ଗୁଡ଼ିକ ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନିଜର କିଲର୍ ବ୍ୟୁଟି, କ୍ୟୁଟ୍ ଚେହେରା ତଥା ୟୁନିକ୍ ଏକ୍ସପ୍ରେସନ୍ ସହିତ ଜବରଦସ୍ତ ଆକ୍ଟିଙ୍ଗ୍ ପାଇଁ ରଶ୍ମିକା ସାରା ଦେଶର ଅଡିଏନ୍ସଙ୍କ ଫେବ୍ରେଟ୍ ହୋଇପାରିଛନ୍ତି । ଗୀତ ଗୋବିନ୍ଦମ୍, ଡିଅର୍ କମ୍ରେଡ୍ ଓ ପୁଷ୍ପା ଆଦି ସିନେମାରେ କମାଲ କରି ନାସନାଲ୍ କ୍ରଶ୍ ସାଜିଥିଲେ “ରଶ୍ମିକା’ । ଏମିତିକି ଦେଶ ବାହାରେ ବି ତାଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି ।
ଫିଲ୍ମ “ଗୁଡବାଏ’ରେ ଅମିତାଭ୍ ଓ ରଶ୍ମିକା ବାପା ଝିଅ ରୂପେ ନଜର ଆସିବେ । ଏହା ବ୍ୟତୀତ ସୁନିଲ୍ ଗ୍ରୋଭର, ସାହିଲ୍ ମେହେତା, ସିଭିନ୍ ନାରଙ୍ଗ, ପାୱଲି ଗୁଲାଟି ଆଦି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି । ଏକତା କପୁର ଏହାର ପ୍ରଯୋଜନା ଦେଇଥିବାବେଳେ ନିର୍ଦେଶନା ଦେଇଛନ୍ତି ବିକାଶ ବହଲ୍ । ଅନ୍ୟପଟେ ରଶ୍ମିକା “ମେଗା ବ୍ଲକ୍ୱଷ୍ଟର’ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ କପିଲ ଶର୍ମା ଓ ଦୀପିକା ପାଦୁକୋନ୍ ନଜର ଆସିଛନ୍ତି । ମେଗା ବ୍ଲକ୍ ବଷ୍ଟରରେ ପପୁଲାର ସାଉଥ ସୁପରଷ୍ଟାର ତ୍ରିଶା ,କ୍ରିଷ୍ଣନ ଓ କାର୍ତ୍ତି ସହ ଭାରତୀୟ କ୍ରିକେଟର ରୋହିତ ଶର୍ମା ସହ ସୌରଭ ଗାଙ୍ଗୁଲି ନଜର ଆସିବେ । ଏହାର ଟ୍ରେଲର୍ “ସେପ୍ଟେମ୍ବର- ୪’ ରେ ରିଲିଜ୍ କରାଯିବ ।