FeaturedLatestSports

ଆଇପିଏଲ୍‌ରେ ଶ୍ରୀସନ୍ଥଙ୍କୁ ନୂଆ ଭୂମିକା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଇପିଏଲ୨୦୨୩କୁ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ବିଶ୍ୱର ଅନେକ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ପାଇଁ ନିଜ ଜଲଓ୍ବା ଦେଖାଇବେ । ତେବେ ଏମାନଙ୍କ ବ୍ୟତୀତ ବିଶ୍ୱର କିଛି ପୁରୁଣା ଖେଳାଳିମାନେ ମଧ୍ୟ ଏହି ସିଜନରେ କମବ୍ୟାକ କରୁଥିବାର ନଜର ଆସିବେ । ତେବେ ଏଥିରେ ସବୁଠୁ ବଡ ନାଁ ଆସିଛି ଭାରତର ପୂର୍ବତନ ଷ୍ଟାର ବୋଲର ଏସ.ଶ୍ରୀସନ୍ଥ ଦୀର୍ଘ ବର୍ଷ ପରେ ସେ ଆଇପିଏଲକୁ ରିଟର୍ଣ୍ଣ କରିବାକୁ ଯାଉଛନ୍ତି ।

ଚଳିତବର୍ଷ ଆଇପିଏଲରେ ଶ୍ରୀସନ୍ଥଙ୍କୁ ମିଳିଛି ଏକ ନୂଆ ଦାୟିତ୍ୱ । ଦୀର୍ଘ ବର୍ଷର ବ୍ୟବଧାନ ପରେ ସେ ଏଥର ଆଇପିଏଲକୁ କମବ୍ୟାକ କରିବେ । ତେବେ ଏଥିପାଇଁ ତାଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ଆଇପିଏଲ-୨୦୨୩ରେ କମେଣ୍ଟ୍ରି ପ୍ୟାନେଲରେ ନିଜର ଡେବ୍ୟୁ କରିବେ ଶ୍ରୀସନ୍ଥ । ଆଇପିଏଲ-୨୦୨୨୩ର ଅଫିସିଆଲ ପ୍ରସାରକ ଷ୍ଟାର ସ୍ପୋର୍ଟସ ମଙ୍ଗଳବାର କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି ।ଏହି ତାଲିକାରେ ଶ୍ରୀସନ୍ଥଙ୍କ ନାମ ମଧ୍ୟ ସାମିଲ ରହିଛି । ଅନେକ ବର୍ଷ କ୍ରିକେଟରୁ ଦୂରେଇ ରହିବା ପରେ ଚଳିତବର୍ଷରୁ ସେ ପୁଣି ଥରେ କ୍ରିକେଟ ସହ ଯୋଡି ହେବେ । ତାଙ୍କ ସହିତ ଆହୁରି ଅନେକ ପୂର୍ବତନ କ୍ରିକେଟର କମେଣ୍ଟ୍ରି ବକ୍ସରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଶ୍ରୀସନ୍ଥଙ୍କ ସହିତ ଚଳିତବର୍ଷ ଦୁଇ ଜଣ ଟି-୨୦ ବିଶ୍ୱକପ ବିଜେୟୀ ଅଧିନାୟକ ପଲ କଲିଙ୍ଗଉଡ ଏବଂ ଆରୋନ ଫିଞ୍ଚ ମଧ୍ୟ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିବେ । ଏମାନଙ୍କ ବ୍ୟତୀତ କେଭିବ ପିଟରସନ, ଡାନି ମୋରିସନ, ପୂର୍ବତନ କୋଚ ଜ୍ୟାକ କାଲିସଙ୍କ ସହ ଡାଭିଡ ହସୀ, ସିଏସକେର ଲିଜେଣ୍ଡ ମାଥ୍ୟୁ ହେଡେନ ମଧ୍ୟ ଏହି ପ୍ୟାନେଲରେ ଯୋଡି ହେବେ ।

ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ଲେଗ୍‌ ସ୍ପିନର ଇମ୍ରାନ ତାହିର, ଟମ ମୁଡି, ଡାନିଏଲ ଭିଟ୍ଟୋର. ସାଇମନ କେଟିଚ ରଣନୀତି ଏବଂ ଖେଳର ବିଶ୍ଳେଷଣ କରିବେ ।ଭାରତର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହାଗ ଏବଂ ପୂର୍ବ ମହିଳା କ୍ରିକେଟର ମିତାଲି ରାଜ୍‌ ସାମିଲ ହେବେ ତେବେ ଭାରତର ପଠାନ ବ୍ରଦର୍ସ ସାଙ୍ଗକୁ ସିଏସକେର ପୂର୍ବତନ ଖେଳାଳି ମୁରଲୀ ବିଜୟ, ଲକ୍ଷ୍ମୀପତି ବାଲାଜୀ ଏବଂ ଏସ. ବଦ୍ରୀନାଥ କମେଣ୍ଟ୍ରି ବକ୍ସରେ ନିଜର ଡେବ୍ୟୁ କରିବେ ।