FeaturedLatestViral Video

ଥାନା ଭିତରେ ନାଗିନ ଡ୍ୟାନ୍ସ କଲେ ରଙ୍ଗିଲା ପୋଲିସ କର୍ମଚାରୀ

ଯାଜପୁର ୦୬।୦୪: ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ। ଥାନାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ନୃତ୍ୟ ଗୀତରେ ମାତିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ହୋଲି ବେଳର ହୋଇଥିବା କୁହାଯାଉଛି।

ହୋଲି ଦିନ ସମସ୍ତେ ଘରେ ରହି ହୋଲି ଖେଳିବା ପାଇଁ ରାଜ୍ଯ ସରକାର ନିର୍ଦେଶ ଦେଇଥିଲେ । ବାହାରେ ବୁଲି ହୋଲି ଖେଳିବା ଉପରେ କଟକଣା ଲଗାଯାଇଥିଲା । ଏହି କଟକଣାର ତଦାରଖ କରୁଥିଲା ପୋଲିସ । ହେଲେ ଯାଜପୁରରେ ନିଜେ ପୋଲିସ ଏହି କଟକଣା ଭାଙ୍ଗିଥିଲା । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ ପୋଲିସ ୟୁନିଫର୍ମରେ ରଙ୍ଗ ଖେଳ ସହ ଜମିଥିଲା ନାଚଗୀତର ଆସର ।ତାଳ ସହ ତାଳ ମିଶାଇ ଛନ୍ଦରେ ଗୋଡ଼ ଛନ୍ଦି ଚାଲିଛନ୍ତି ପୋଲିସ ବାବୁ, ତାହା ପୁଣି ଥାନା ଭିତରେ । ଭାଇରାଲ୍ ଭିଡିଓରେ ପୋଲିସ କର୍ମଚାରୀମାନେ ସମ୍ପୂର୍ଣ୍ଣ ପୁଲିସ୍ ୟୁନିଫର୍ମରେ ରଙ୍ଗ ବୋଳାବୋଳି ହୋଇ ନୃତ୍ୟ ଗୀତ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ଖୋଦ୍ ଥାନା ଅଧିକାରୀ ଚକ୍ରପତି କଅଁରଙ୍କ ସମେତ ୨ ଜଣ ଏଏସଆଇ, ୨ ଜଣ ଗୃହରକ୍ଷୀ ଓ ଅନ୍ୟ କେତେଜଣ ପୋଲିସ କର୍ମଚାରୀ ଏଥିରେ ସାମିଲ୍ ଅଛନ୍ତି ।