LatestNewsPolitics

ତାମିଲନାଡୁରୁ ନେତା ଭଡାରେ ଆଣିଛନ୍ତି ମୁଖ୍ୟମନ୍ତ୍ରୀ; ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ତାମିଲ୍‌ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି । ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ଯାଇଥିବା ବେଳେ ନୀଳଗିରିରେ ଆୟୋଜିତ ସଭାରେ ଏହା କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଗୋଟିଏ କଳା ବାଦଲ ଓଡ଼ିଶାରେ ଛାଇ ହୋଇ ରହିଛି। ଏଇଠି ଜଣେ ବାହାରିଆ ତାମିଲ୍‌ ଲୋକ ଓଡ଼ିଶାକୁ ପଛ ଦ୍ୱାରରେ ସିନ୍ଧି କରି ପଶି ରାତି ଅଧରେ କବ୍‌ଜା କରିବାକୁ ଚାହୁଁଛନ୍ତି।ଏଠି ସଭା ଓ ସମିତି ପାଇଁ ମାଇକ୍‌ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି ବୋଲି ସେ କହିଛନ୍ତି।

ରାଜ୍ୟ ସରକାରକଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ୨୪ ବର୍ଷ ଧରି ବିଜେଡି ସରକାର ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ ଘରେ ପିଇବା ପାଣି ପହଞ୍ଚି ପାରିଲାନି। ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ହଜାର କୋଟି ଟଙ୍କା ଦେଇଥିଲେ। ସେହି ଟଙ୍କା କୁଆଡ଼େ ଗଲା? ସେହି ଟଙ୍କା ତାମିଲ୍‌ କଣ୍ଟ୍ରାକ୍ଟର ନେଇ ଖାଇଗଲା। ନୀଳଗିରି ହେଉଛି ଚାଷୀ ଓ ଚଷାର ଅଞ୍ଚଳ। ୨୪ ବର୍ଷର ସରକାର ଜଳ ସେଚନ ବ୍ୟବସ୍ଥା କରିପାରିଲା ନାହିଁ। ୨୪ ବର୍ଷର ସରକାର ପାନୀୟ ଜଳ, ଚାଷ ଜମିକୁ ଜଳସେଚନ, ମେଡ଼ିକାଲ୍‌କୁ ଡାକ୍ତର, ସ୍କୁଲକୁ ଶିକ୍ଷକ ଦେଇପାରିଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।