CulturalFeaturedLatest

ଜୁଲାଇ ୨୫ ଯାଏଁ ସାଧାରଣ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ

ପୁରୀ ୧୬।୦୫: (ସଂକେତ୍ ଟିଭି) ରାଜ୍ୟରେ କରୋନା କଟକଣା କୋହଳ ହୋଇଥିଲେ ମଧ୍ଯ ପୁରୀ ମନ୍ଦିର ପୂର୍ବବତ ବନ୍ଦ ରହିବ। କରୋନା ମହାମାରୀ ଯୋଗୁ ବନ୍ଦ ରଖାଯାଥିବା ଶ୍ରୀ ମନ୍ଦିର ଦର୍ଶନ ବାରଣକୁ କାଏମ ରଖାଯାଇଛି। ଏଥିସହ ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ବିଧି ଅନୁଯାୟୀ ନୀତିକାନ୍ତିରେ ହେବ ଦେବସ୍ନାନ ପୂର୍ଣ୍ଣିମା। ସୂଚନାଯୋଗ୍ୟ, ରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଜୁନ୍ ୧୫ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ଏବେ ପୁଣି ଏହି ଅବଧିକୁ ଆହୁରି ବୃଦ୍ଧି କରାଯାଇଛି । ଦ୍ଵିତୀୟ ଲହର ଠିକ୍‌ ଆରମ୍ଭ ବେଳକୁ ସ୍ଥିତିରେ ଦୃଷ୍ଟିରେ ରଖି ଶନିବାର ଏବଂ ରବିବାର ଭକ୍ତ ଦର୍ଶନ ବନ୍ଦ ରହିଥିଲା। ହେଲେ ପ୍ରକୋପ ବଢିବା ପରେ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।