EntertainmentFeaturedLatest

ଇଣ୍ଡିଆନ୍‌ ଆଇଡଲ ୧୩ତମ ସିଜିନ୍‌ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି

ମୁମ୍ବାଇ : (ସଂକେତ୍ ଟିଭି) ସୋନି ଟେଲିଭିଜନର ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନ୍‌ରେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି ନଜର ଆସିବେ । ଏହି ସୋର ଅଡିସନ୍ ରାଉଣ୍ଡରେ ପ୍ରଭୂପାଦ ଦବଙ୍ଗର ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ସଂଗୀତ ଗାଇଥିଲେ । ଏହି ଗୀତକୁ ସୋ ର ବିଚାରକ ଭାବେ ଥିଲେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ ରଶମିୟା, ନେହା କକ୍କର, ବିଶାଳ ଦଦ୍‌ଲାନି ବହୁତ ପ୍ରଶଂସା କରିଥିଲେ । ତେବେ ପ୍ରଭୁଙ୍କର ଏହି ସୋ’ ଆସନ୍ତା ଶନିବାର କିମ୍ବା ରବିବାର ଟେଲିଭିଜନରେ ପ୍ରସାରଣ କରାଯିବ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ଏହି ଛୋଟ ବିଜ୍ଞାପନ ଦେଖିବା ପରେ ପ୍ରଭୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

https://youtu.be/1MirIqYqTE0

ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ । ୨୦୧୪ରେ ଜୁନିୟର ‘ସାରେ-ଗାମା-ପା’ରେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଚଳିତ ବର୍ଷ ସେ ‘ଇଣ୍ଡିଆନ ଆଇଡଲ୍‌’ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ହୋଇଥିବା ଅଡିସନ୍‌ରେ ସେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ପରେ ମୁମ୍ବାଇ ପ୍ରାଇମ୍‌ ଫୋକସ ଫିଲ୍ମ ସିଟିରୁ ତାଙ୍କୁ ଡାକରା ଆସିଥିଲା । ସେ ସେଠାକୁ ଯାଇ ସଂଗୀତ ପରିବେଷଣ କରିଥିଲେ ।