EntertainmentLatest

ଲାଇଭ୍‌ ସୋରେ ସୋନୁ ନିଗମ୍‌ଙ୍କୁ ଠେଲାପେଲା କଲେ ବିଧାୟକଙ୍କ ପୁଅ

ମୁମ୍ବାଇ : (ସଂକେତ ଟିଭି ) ମୁମ୍ବାଇର ଏକ କାର୍ଯ୍ଯକ୍ରମରେ ଗାୟକ ସୋନୁ ନିଗମଙ୍କ ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ପୁଅ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ସହିତ ସେହି ବ୍ୟକ୍ତି ଜଣକ ସୋନୁଙ୍କ ମହିଳା ମ୍ୟାନେଜରଙ୍କ ସହ ଅସଦାରଚରଣ କରିଥିବା ମଧ୍ଯ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଚେମ୍ବୁର ଫେଷ୍ଟିଭାଲର ଫାଇନାଲ୍‌ର ସୋନୁ ନିଗମ ଗୀତ ଗାଉଥିଲେ । ସୋ ପରେ ସୋନୁ ନିଗମ ମଞ୍ଚ ତଳକୁ ଆସିବା ମାତ୍ରେ ଜଣେ ବ୍ୟକ୍ତି ସେଲଫି ପାଇଁ ଅଡିବସିଥିଲା । ସୋନୁ ନିଗମ ଏଥିପାଇଁ ମନା କରିଦେବା ପରେ ବ୍ୟକ୍ତି ଜଣକ ଆକ୍ରମଣ କରିଥିଲା, ସୋନୁଙ୍କୁ ଠେଲାପେଲା କରିବା ସହ ମୁଥ ମାରିବାକୁ ଚେଷ୍ଟା କରିଥିଲା । ଏଥିରେ ସୋନୁଙ୍କ ମହିଳା ସାଥୀ ରବାନୀ ଖାନ୍ ଆହତ ହୋଇଛନ୍ତି । ଆକ୍ରମଣ କରିଥିବା ଯୁବକ ଜଣକ ଉଦ୍ଧବ ଠାକରେଙ୍କ ଦଳର ଜଣେ ବିଧାୟକଙ୍କ ପୁଅ ବୋଲି କୁହାଯାଉଛି । ସୋନୁଙ୍କ ମହିଳା ମ୍ୟାନେଜରଙ୍କୁ ମଧ୍ୟ ଠେଲାପେଲା ସହ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ସୋନୁ ଏହି ଘଟଣାକୁ ନେଇ ଚେମ୍ବୁର ଥାନାରେ ଏତଲା ଦେଇଛନ୍ତି ।