FeaturedGeneralLatest

ଆହୁରି ୫ ଦିନ କଲବଲ କରିବ ଗୁଳୁଗୁଳି, ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର (ସଂକେତ ଟିଭି): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ତଳେ ଓଡିଶା ଛୁଇଁ ଥିବାବେଳେ ପାଗ ଅନୁକୁଳ ନଥିବାରୁ ତାହା ରାଜ୍ୟରେ ସକ୍ରିୟ ହୋଇପାରୁନି। ଏପରି ସ୍ଥିତି ମଧ୍ୟ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଯାହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ । ଏଥିସହିତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଚଣ୍ଡ ତାତି ନେଇ ନେଇ ରାଜ୍ୟର ୮ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି। ଆଗାମୀ ୫ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗିରହିବ। ଏହି ସମୟରେ ତାତିର ମୁକାବିଲା କରିବା ପାଇଁ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।