FeaturedLatestNews

ନିର୍ବାଚନ ବେଳେ ଅଟୋ ଚାଳକଙ୍କୁ ବୀଭତ୍ସ ହତ୍ୟା

ବରଗଡ (ସଂକେତ ଟିଭି): ଭୋଟ ବେଳେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ଜଣେ ଅଟୋ ଡ୍ରାଇଭରକୁ ଏକ ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ବିଶ୍ୱନାଥ ମିର୍ଦ୍ଧା ବୋଲି ଜଣାପଡିଛି ।

ଘଟଣା ପରେ ଗାଁକୁ ପହଞ୍ଚିଛନ୍ତି ଆଇଜି ହିମାଂଶୁ ଲାଲ ଓ ବରଗଡ ଏସପି ପ୍ରହଲ୍ଲାଦ ସାଇ ମିନା । କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ହତ୍ୟା ହୋଇଥିବା ସୂଚନା । କେଉଁମାନେ ହତ୍ୟା କରିଛନ୍ତି ଓ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।