FeaturedLatestSports

ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା

ଭୋପାଳ : (ସଂକେତ ଟିଭି) କ୍ରିକେଟିୟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ‌ପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ବାବା ମହାକାଳେଶ୍ବର ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ।

ସେମାନଙ୍କ ମନ୍ଦିର ଦର୍ଶନର ଫଟୋ ଓ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହୋଇଚାଲିଛି। ଭିଡିଓରେ ଦେଖାଯାଉଛି, ଦୁହେଁ ପ୍ରାର୍ଥନା କରୁଥିବାର ନଜର ଆସିଥିଲେ । ଏହାପରେ ବିରାଟ ଏବଂ ଅନୁଷ୍କା ବାବା ମହାକାଳେଶ୍ବରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅନୁଷ୍କା ଖଣ୍ଡେ ଗୋଲାପୀ ରଙ୍ଗର ସାଦା ଶାଢ଼ି ପିନ୍ଧିଥିବା ବ‌େଳେ ବିରାଟ ପାରମ୍ପରିକ ଧୋତି ପିନ୍ଧି ମୁଣ୍ଡରେ ଉତ୍ତରୀୟ ବାନ୍ଧିଛନ୍ତି।

ଅନୁଷ୍କା ଏବଂ ବିରାଟ ଏଠାରେ ପ୍ରସିଦ୍ଧ ଭସ୍ମ ଆରତୀ ସମୟରେ ପହଞ୍ଚି ଯୋଗ ଦେଇଥିଲେ । ଭୋର ୪ ଟା ସମୟରେ ବାବା ମହାକାଳେଶ୍ବରଙ୍କ ମନ୍ଦିରରେ ଭସ୍ମାଳତୀ କରାଯାଏ । ତେବେ ଏଠାରେ ପୂଜାର୍ଚ୍ଚନା କରିବା ପରେ ବିରୁଷ୍କା ବାବାଙ୍କୁ ଜଳାଭିଷେକ କରିଥିଲେ । ବିରୁଷ୍କା ଏହା ପୂର୍ବରୁ ମଧ୍ୟ ସ୍ବାମୀ ଗିରି ଆଶ୍ରମ, ଏବଂ ରିଷିକେଶ ମନ୍ଦିର ଦର୍ଶନ କରିସାରିଛନ୍ତି ।