EntertainmentLatest

ସାରାଙ୍କ ପ୍ରେମରେ ଟାଇଗର ଶ୍ରଫ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତା ଟାଇଗର ଶ୍ରଫ । ଦୀର୍ଘ ଦିନ ଧରି ଦିଶା ପାଟନୀଙ୍କୁ ଡେଟ କରିଥିଲେ । ହେଲେ ଉଭୟ ଗଣମାଧ୍ୟମ ଆଗରେ ନିଜ ସମ୍ପର୍କକୁ କେବେ ପ୍ରକାଶ କରିନାହାଁନ୍ତି କିନ୍ତୁ ଏକାଠି ପ୍ରାୟତଃ ନଜର ଆସନ୍ତି । ହେଲେ ଟାଇଗର ଶ୍ରଫ କରଣ ଜୋହରଙ୍କ ଶୋ’ରେ ସ୍ୱୀକାର କରିଛନ୍ତି ଯେ ସେ ସିଙ୍ଗଲ । ସେତେବେଳେ ଲୋକମାନେ ହୃଦୟ ଭାଙ୍ଗି ଯାଇଥିଲେ । କାହିଁକି ନା ପ୍ରଶଂସକମାନେ ଟାଇଗର ଦିଶାଙ୍କ ଯୋଡିକୁ ଭଲ ପାଉଥିଲେ ।

ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ବଡ ଖବର ଆସିଛି । ଶୁଣିବାକୁ ମିଳିଛି କି ସେ ପୁଣି ପ୍ରେମରେ ପଡିଛନ୍ତି । ଦିଶା ପାଟନୀଙ୍କ ସହ ବ୍ରେକଅପ୍ କରିବା ପରେ ଟାଇଗର ଶ୍ରଫଙ୍କ ନାମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । ଉମର ସନ୍ଧୁ ଟ୍ୱିଟ୍ କରି ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ଟାଇଗର ବର୍ତ୍ତମାନ ସାରା
ଅଲି ଖାନଙ୍କ ସହ ବନ୍ଧୁତା ବଢାଉଛନ୍ତି । ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ଏହି ଦୁଇ ଜଣ ଏବେ ଇଣ୍ଡଷ୍ଟ୍ରିର ନୂଆ କପଲ । ଲୋକମାନେ ସାରା ଏବଂ ଟାଇଗରକୁ କେବେ ଏକାଠି ଦେଖି ନାହାଁନ୍ତି । ଏହି ଉମରଙ୍କ ଟ୍ୱିଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଟାଇଗର ଶ୍ରଫଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ଅଲି ଅବ୍ୱାସ ଜାଫରଙ୍କ ଆକ୍ସନ୍ ବଡେ ମିଆଁ ଛୋଟେ ମିଆଁରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଟାଇଗରଙ୍କ ସହ ଦେଖିବାକୁ ମିଳିବ । ବର୍ତ୍ତମାନ ସ୍କଟଲ୍ୟାଣ୍ଡରେ ଏହାର ସୁଟ୍ ଚାଲିଛି ।