FeaturedLatestSports

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା

ମୁମ୍ବାଇ : (ସଂକେତ୍ ଟିଭି) ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଆଜିଙ୍କ୍ୟା ରାହାଣେ ଦଳକୁ ଫେରିଛନ୍ତି ।

ଆସନ୍ତା ଜୁନ୍‌ ୭ରୁ ୧୨ ତାରିଖ ଯାଏଁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ (WTC)ର ଫାଇନାଲ ମ୍ୟାଚ୍‌ ମୁକାବିଲା ଖେଳାଯିବ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବା ଫାଇନାଲ ମୁକାବିଲା । ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ନିଜର ୧୭ ଜଣିଆ ଟିମ୍‌ ଘୋଷଣା କରିସାରିଥିଲା । ଭାରତୀୟ ବୋର୍ଡ ନିଜ ଦଳ ଘୋଷଣା କରିନଥିଲା । ମଙ୍ଗଳବାର ଦିନ ବିସିସିସିଆଇ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପ-ଅଧିନାୟକ ପଦ କାହାକୁ ଦିଆଯାଇନାହିଁ ।

ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ଟିମ୍‌ରୁ ଆଉଟ୍‌ ହୋଇଥିବା ବେଳେ ଆଜିଙ୍କ୍ୟା ରାହାଣେ ଦଳକୁ ଏଣ୍ଟ୍ରି କରିଛନ୍ତି । ଓ୍ୱିକେଟ୍‌ କିପର ଭାବେ ଯୁବ କେଏସ୍‌ ଭରତଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା । ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଭରତ ଏହି ଭାର ସମ୍ଭାଳିବେ । ଏହାବାଦ୍‌ ପେସ୍‌ ବାହିନୀରେ ବେଶ୍‌ ଅଭିଜ୍ଞ ଖେଳାଳିଙ୍କୁ ସାମିଲ କରାଯାଇଛି । ଶର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମେଶ ଯାଦବ, ଜୟଦେବ ଉନାଦକାତ୍‌ ରହିଛନ୍ତି ।

ସେହିପରି ବ୍ୟାଟସମ୍ୟାନ୍‌ ଭାବେ ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟା ରାହାଣେ, କେଏଲ୍ ରାହୁଲ୍‌ ରହିଛନ୍ତି । ବାକି ସ୍ପିନ୍‌ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍‌ ଏବଂ ରବିନ୍ଦ୍ର ଜାଡେଜାଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା ।

ଭାରତୀୟ ଟେଷ୍ଟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲୀ, ଅଜିଙ୍କ୍ୟା ରାହାଣେ, କେଏଲ ରାହୁଲ, କେଏସ ଭରତ( ଓ୍ବିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।