FeaturedLatestSports

ଆଇପିଏଲ୍ ଇତିହାସରେ ସବୁଠୁ ସଫଳତମ ଅଧିନାୟକ କିଏ ?

ମୁମ୍ବାଇ : (ସଂକେତ୍ ଟିଭି) ଆଇପିଏଲ୍ ୨୦୨୩ ଜମିଲାଣି ଚଳିତ ସିଜିନ । ଇତିମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଖେଳ ସାରିଛି । ତେବେ ଆପଣ ଜାଣିଛନ୍ତି କି ସଫଳ ଅଧିନାୟକ ତାଲିକାରେ ପ୍ରଥମ ସ୍ଥାନରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ସେ ୨୧ଟି ମ୍ୟାଚ୍‌ର ଅଧିନାୟକ କରିଥିବା ବେଳେ ୧୫ଟି ରେ ବିଜୟ ହୋଇଛନ୍ତି । ବାକି ୫ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ହାର୍ଦ୍ଦିକଙ୍କ ବିଜୟ ୭୫ ପ୍ରତିଶତ ରହିଛି । ତାଲିକାରେ ୨ୟରେ ରହିଛନ୍ତି । ମହେନ୍ଦ୍ର ସିଂହ ଧୋନି ସେ ୨୧୭ଟି ମ୍ୟାଚ୍‌ର ଅଧିନାୟକ କରିଥିବା ବେଳେ ୧୨୮ରେ ବିଜୟ ହୋଇଛନ୍ତି । ବାକି ୮୮ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ଗୋଟିଏ ମ୍ୟାଚ୍‌ର କୌଣସି ଫଳାଫଳ ବାହାରିନାହିଁ । ଧୋନିଙ୍କ ବିଜୟ ପ୍ରତିଶତ ୫୮.୯୯ ରହିଛି ।

ସେହିପରି ୩ୟ ସ୍ଥାନରେ ରହିଛନ୍ତି ସଚ୍ଚିନ ତେନ୍ଦୁଲକର । ସେ ୫୧ଟି ମ୍ୟାଚ୍ ଖେଳି ୩୦ଟିରେ ବିଜୟ ହୋଇଛନ୍ତି । ବାକି ୨୧ଟି ମ୍ୟାଚ୍‌ରେ ପରାସ୍ତର ସାମ୍ନା କରିବାକୁ ପଡିଛି । ସଚ୍ଚିନଙ୍କ ବିଜୟ ପ୍ରତିଶତ ୫୮.୮୨ ରହିଛି । ୪ର୍ଥ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍‌ ରହିଛନ୍ତି ସେ ୪୩ଟି ମ୍ୟାଚ୍‌ରେ ଅଧିନାୟକ ରହିଥିବା ବେଳେ ୨୫ ମ୍ୟାଚ୍‌ରେ ବିଜୟ ହୋଇଛନ୍ତି । ବାକି ୧୭ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ୫ମ ସ୍ଥାନରେ ରହିଛନ୍ତି । ଅନିଲ କୁମ୍ବଲେ ସେ ୨୬ଟି ମ୍ୟାଚ୍‌ରେ କ୍ୟାପ୍‌ଟେନସିପ୍ କରିଥିବା ବେଳେ ୧୫ଟିରେ ବିଜୟୀ ହୋଇଛନ୍ତି । ବାକି ୧୧ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି ।

୬ଷ୍ଠ ସ୍ଥାନରେ ରହିଛନ୍ତି ରିଷଭ ପନ୍ଥ ସେ ୩୦ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ୧୭ଟି ବିଜୟ ଏବଂ ୧୩ଟିରେ ପରାସ୍ତ ହୋଇଛନ୍ତି । ବିଜୟ ପ୍ରତିଶତ ୫୬.୬୧ ରହିଛି । ୭ମରେ ସେନ୍ ୱାରର୍ଣ୍ଣ ରହିଛନ୍ତି । ସେ ୫୫ଟି ମ୍ୟାଚ୍‌ର କ୍ୟାପଟେନସିପ୍ କରିଥିବା ବେଳେ ୩୧ଟିରେ ବିଜୟ ଏବଂ ୨୪ଟିରେ ପରାଜୟର ସାମ୍ନା କରିଛନ୍ତି । ୫୬.୩୬ ତାଙ୍କର ବିଜୟ ପ୍ରତିଶତ ରହିଛି । ୮ମ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ସେ ୧୪୯ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ୮୩ରେ ବିଜୟ ହୋଇଛନ୍ତି । ବାକି ୬୫ଟି ମ୍ୟାଚରେ ପରାସ୍ତର ସାମ୍ନା କରିବାକୁ ପଡିବାକୁରୋହିତଙ୍କ ବିଜୟ ପ୍ରତିଶତ ୫୬.୦୮ ରହିଛି ।

୯ମ ସ୍ଥାନରେ ଗୌତମ ଗମ୍ଭୀର ରହିଛନ୍ତି । ସେ ୧୨୯ଟି ମ୍ୟାଚ୍‌ରେ କ୍ୟାପଟେନ୍ସିପ୍ କରିଥିବା ବେଳେ ୭୧ଟିରେ ବିଜୟ ହୋଇଛନ୍ତି । ଆଉ ବାକି ୫୮ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ବିଜୟ ପ୍ରତିଶତ ୫୫.୦୪ ରହିଛନ୍ତି । ୧୦ମ ସ୍ଥାନରେ ବିରେନ୍ଦ୍ର ସେହଓ୍‌ାଗ୍ ରହିଛନ୍ତି । ସେ ୫୩ଟି ମ୍ୟାଚ୍‌ରେ ଅଧିନାୟକ ରହିଥିବା ବେଳେ ୨୯ଟିରେ ବିଜୟ ହାସଲ କରିଛନ୍ତି । ବାକି ୨୪ଟି ମ୍ୟାଚ୍‌ରେ ପରାସ୍ତର ସାମ୍ନା କରିଛନ୍ତି । ସେହ୍ୱାଗଙ୍କ ବିଜୟ ପ୍ରତିଶତ ୫୪.୭୨ ରହିଛି ।