LatestNews

ଫ୍ୟାନ୍‌ରେ ଝୁଲି ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଜାହାଙ୍ଗିର ଶାସନ ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଅଭିଷେକ ପଣ୍ଡା (୧୬)। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ଗ୍ରାମର।

ସେ ଧାମନଗର ଥାନା ଜାହାଙ୍ଗିର ଶାସନ ରାଢ଼ୋ ଗ୍ରାମରନିଜ ମାଉସୀ ରହି ଜାହାଙ୍ଗିର ଜନତା ନୋଡାଲ ଉଚ୍ଚ ବିଦ୍ୟାପୀଠରେ ପାଠ ପଢୁଥିଲେ। ମାଟ୍ରିକ ପରୀକ୍ଷା ସେଣ୍ଟର ତାଙ୍କର ନଦୀ ଗାଁ ହାଇସ୍କୁଲ ହୋଇଥିଲା। ପ୍ରଥମ ସାହିତ୍ୟ ପରୀକ୍ଷା ଦେଇ ସାରିଥିଲେ। ଶୁକ୍ରବାର ଇଂରାଜୀ ପରୀକ୍ଷା ଥିଲା।ହେଲେ ଗତ କାଲି ରାତିରେ ନିଜ ଶୋଇବା ଘର ଭିତରେ ଫ୍ୟାନରେ ମାଉସୀର ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଶୁକ୍ରବାର ସକାଳୁ ମାଉସୀ ଘର ଲୋକ ଦେଖିଥିଲେ।
ତେବେ ପ୍ରେମ ଜନିତ କାରଣରୁ ଅଭିଷେକ ଆତ୍ମହତ୍ୟା କରିଥିବା ତାର ମାଉସୀ ଅଳକା ଦାଶ ଅଭିଯୋଗ କରିଛନ୍ତି। ଧାମନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ଅଭିଷେକଙ୍କ ମାଉସୀ ଅଳକା ଦାଶଙ୍କ ଅଭିଯୋଗ କ୍ରମେ ଧାମନଗର ଥାନାରେ କେସ୍‌ ନଂ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।