FeaturedLatestNews

ବନ୍ଦ ଘରୁ ମିଳିଲା ଯୁକ୍ତଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବ୍ରହ୍ମପୁର (ସଂକେତ ଟିଭି): ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଦେବାଶିଷ ସେଠୀ ଓ ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟ ନଗର ଅଞ୍ଚଳରେ ବୋଲି ଜଣାପଡିଛି। ତେବେ ଅଭିଯୋଗ ଅନୁସାରେ ଛାତ୍ର ଜଣକ ଗତକାଲି ଫିଜିକ୍ସ ପରୀକ୍ଷା ଦେବା ବେଳେ କପି କରି ଧରାପଡିଥିଲେ । ତା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗୁରୁବାର ଦେବାଶିଷଙ୍କର ଫିଜିକ୍ସ ପରୀକ୍ଷା ଥିଲା । ପରୀକ୍ଷା ପରେ ଦେବାଶିଷ ଘରକୁ ଫେରିଥିଲେ। ଖାଇ ପିଇ ନିଜ ରୁମ୍‌କୁ ରେଷ୍ଟ ନେବାକୁ ଯାଇଥିଲେ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଜ ରୁମ୍‌ର କବାଟ ଖୋଲି ନଥିଲେ ଦେବାଶିଷ । ବାଧ୍ୟହୋଇ କବାଟ ତାଡ଼ିବା ପରେ ରୁମରୁ ଦେବାଶିଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦେବାଶିଷଙ୍କୁ ମୃତ ଘୋଷଣା କରିଥିଲେ।