EntertainmentFeaturedLatestNews

ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

କଟକ (ସଂକେତ ଟିଭି): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁସାରେ, ଅଭୟ ଦୀର୍ଘଦିନ ଧରି କିଡନୀ ଜନିତ ସମସ୍ୟା ନେଇ ସେ ଚିକିତ୍ସା ହେଉଥିଲେ । କିଛିଦିନ ତଳେ ଅଭୟଙ୍କ କିଡନୀ ଟ୍ରାନ୍ସପ୍ଲାଟ ମଧ୍ୟ କରାଯାଇଥିଲା । ଏନେଇ ଅଭିନେତା ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିସହ ଅଭିନେତା ନିଜ ବାପାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ । ଶେଷରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି । ଭୁବନେଶ୍ୱରରେ ଦେହାନ୍ତ ପରେ କଟକ ଚୌଧୁରୀ ବଜାର ସ୍ଥିତ ବାସଭବନରେ ଅଭୟଙ୍କ ପାର୍ଥିବ ଶରୀର ନିଆଯାଇଥିଲା । ସମ୍ପର୍କୀୟଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ଦୁଇ ପୁଅ ଅନୁଭବ ଏବଂ ଅନୁପ୍ରାସଙ୍କ ସମେତ ପରିବାର ଉପସ୍ଥିତ ଥିଲେ । ସେପଟେ କଳାକାର ସମେତ ମାନଗଣ୍ୟ ବ୍ୟକ୍ତି ଅଭୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।